ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଯାପିତ

0

ଦେବଗଡ଼ / ସୁଦାମ ବେହେରା : ଆଜି ଦେବଗଡ଼ ଜ଼ିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପ୍ରଧାନପାଟ ବଡ଼ବଗିଚା ଠାରେ  ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ  ଉଦଯାପିତ ହୋଇଯାଇଛି । ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷଳ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅନ୍ତର୍ଯ୍ୟାମୀ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ମାନସୀ ଭୋଲ, ଜ଼ିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ ବରେଣ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ବିକାଶ ତଥା ଉତ୍ପାଦନ ବୃଦ୍ଧି ସହ ଆର୍ଥିକ ଅବିବୃଦ୍ଧି ପାଇଁ ସରକାର ଅନେକ ବ୍ୟବସ୍ଥା କରିଥିବା ବେଳେ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଉତ୍ପାଦନ କ୍ଷମତା ବଢ଼ାଉଛି ଏବଂ କୃଷି ଓ କୃଷକ ଙ୍କୁ ସଶସ୍ତ୍ର କରିବା ସହ କୃଷି ଯନ୍ତ୍ରପାତି ଓ ଯୁବ ଚାଷୀ ଙ୍କୁ ପ୍ରେରଣା ଯୋଗାଇ ଥିବା ଅତିଥି ମାନେ ମତବ୍ୟକ୍ତ କରଥିଲେ । ଏହି ଅବସରରେ ଉଦ୍ୟାନ କୃଷି କ୍ଷେତ୍ରରେ ଅଗ୍ରଣୀ ଚାଷୀ ସୁଶାନ୍ତ କୁମାର ପାତ୍ର କଣ୍ଢଳ ବାରକୋଟ, ଲିଙ୍ଗରାଜ ପ୍ରଧାନ କୁଣ୍ଢେଇଗୋଳା ରିଆମାଳ, ଗୋକୁଳାନନ୍ଦ ଭୋଇ ପାଲକୁଦର ତିଲେଇବଣି, ଉନ୍ନତ ଷ୍ଟଲ କ୍ଷେତ୍ରରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକ ବିଭାଗ, ଓଡିଶା କୃଷି ଶିଳ୍ପ ଲିଗମ ଲିମିଟେଡ଼, ଏନ ଜି ଓ ପାର୍ଟନର ସି ଏସ ଡି ଆର, ଡିଲର ପାର୍ଟନର ମିଶ୍ର ଏଣ୍ଟରପ୍ରାଇସେସ ଓ ପାଢ଼ୀ ଅଟୋମୋବାଇଲ ଅତିଥି ମାନଙ୍କ ଦ୍ୱାରା ଉପଢୌ୍ୟକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରଦର୍ଶନୀ ମେଳା ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, କୃଷି ଯନ୍ତ୍ରପାତି ବିଭାଗ ଓ ଜ଼ିଲ୍ଲା ଶିଳ୍ପ କେନ୍ଦ୍ରର ମୋଟ ୫୦ ଷ୍ଟଲ ଖୋଲାଯାଇଥିଲାବେଳେ । ତିଲେଇବଣି ଗୋଷ୍ଠୀ କୃଷି ଅଧିକାରୀ ମନୋଜ କୁମାର ମାରାଣ୍ଡି  ଧନ୍ୟବାଦ ଅର୍ପଣ କରି,ସଭାକୁ ପଙ୍କଜିନି ସଂଯୋଜନା କରିଥିଲେ।