କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

0

କଟକ: କଟକର କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆସସିଷ୍ଟାଣ୍ଡ ଡି ଇ ଓ ସନ୍ତୋଷ କୁମାର ରାଉତ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଭ ଦର୍ଶିନୀ ନନ୍ଦ ପ୍ରଧାନ ଶିକ୍ଷୟତ୍ରୀ, ମୋ ସ୍କୁଲ କମିଟି ସଭାପତି ଅରୁଣ ଭୂୟାଁ, ସରୋଜ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ୬୦ ସ୍କୁଲର କୁନି ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଅଣ୍ଡର-୧୭ରେ ୨୫ ଜଣ ପୁଅ ଖେଳାଳୀ ଅଂଶଗ୍ରହଣ କରିଥିଲାବେଳେ ଅଣ୍ଡର-୧୪ ରେ ପାଖାପାଖି ୨୦ଜଣ ପୁଅ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେହିପରି ଅଣ୍ଡର-୧୭ରେ ୧୦ ଜଣ ଝିଅ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଅଣ୍ଡର-୧୪ ରେ ମଧ୍ୟ ୧୦ରୁ ୧୨ ଜଣ ଝିଅ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମ, ଦ୍ୱିତୀ, ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ତେବେ ଯେଉଁମାନେ ଏଠାରେ ଚୟନ ଖେଳାଳୀ ସେମାନେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରରେ ଷ୍ଟେଟ୍ ଲେବୁଲ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ଖେଳି ପାରିବେ ।