ରାଇରଙ୍ଗପୁର : ରାଇରଙ୍ଗପୁର କୁସୁମୀ ବ୍ଲକ ଯୋରଦା ପଞ୍ଚାୟତ ମହୁଲଡିହା ସ୍ଥିତ ଦୀପକ କୁମାର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା ଲୁକ୍କାୟିତ ପ୍ରତିଭାର ଉନ୍ନେଷ କରି ଭବିଷ୍ୟତର ସୁନାଗରିକ ରୂପେ ଗଢି ତୋଳିବା ଉଦ୍ଦେଶ୍ୟରେ , ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇଥିଲେ। ମୁଖ୍ୟ ବ୍ୟକ୍ତା ଭାବରେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଯୋଗଦେଇ “ଶିଶୁ ହସିଲେ ଦୁନିଆ ହସେ” ଏହି ଉକ୍ତିର ସଫଳ ରୂପାୟନ ଉପରେ ମତବ୍ୟକ୍ତ କରିଥିଲେ।
ବିଶିଷ୍ଟ ଅତିଥି ଭାବରେ କୁସୁମୀ ବ୍ଲକ ଶିକ୍ଷା ଅଧିକାରୀ କପିଳେନ୍ଦ୍ର ଦାସ ଏବଂ ସମ୍ମାନୀତ ଅତିଥି ଭାବରେ ଓଷ୍ଟାର ଉପସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଓଷ୍ଟା ର ପୂର୍ବତନ ସଭାପତି ଶରତ ଚନ୍ଦ୍ର ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବଳ ଚନ୍ଦ୍ର ଦାସ ମହାପାତ୍ର , ଓଷ୍ଟା ମୟୁରଭଞ୍ଜର ସଭାପତି ମନୋରଞ୍ଜନ ରାଉତ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବ ରେ ଦୀପକ କୁମାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବଳଦେବ ଗିରି ଉପସ୍ଥିତ ସମସ୍ତ ଅତିଥି ଏବଂ ଅବିଭାବକମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।