ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ ୨୦୨୫ର ଜିଲ୍ଲା ସମନ୍ୱୟ କମିଟି ର ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ଏଡିପିଏଚଓ ( ପରିବାର କଲ୍ୟାଣ ) ଡା. ଦୈତ୍ୟନାରାୟଣ ପାଢ଼ୀ, ଡି ଏମ ଓ ( ଏ ଏସ ) କମ ସୁପରିଟେଣ୍ଡେଣ୍ଟ ଡା. ଦୁର୍ଗାଦତ୍ତ ଦାଶ, ଏଡି ପି ଏଚ ଓ ( ଲେପ୍ରୋସି ) ଡା. ଗୋପାଳ ଚନ୍ଦ୍ର ମଲ୍ଲିକ,ଡିପିଏମ ବିଶ୍ୱମ୍ବର ବେହେରା, ଡିଏଲ ସି ଗୌରୀଶଙ୍କର ପଣ୍ଡା, ଡିପିଏମୟୁ ର କର୍ମଚାରୀ ଓ ସମସ୍ତ ବ୍ଲକ ରୁ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ l କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କ ରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l ଗତ ଏପ୍ରିଲ ୨୦୨୪ ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ରେ ସର୍ବ ମୋଟ ୧୯୨ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ମାଗଣା ଚିକିତ୍ସା ପାଇଛନ୍ତି l କୁଷ୍ଠ ରୋଗର ସଚେତନତା ବୃଦ୍ଧି ନିମନ୍ତେ ଆସନ୍ତା ୩୦ ତାରିଖ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଚାଲିବ l ଏଥିପାଇଁ ଜିଲ୍ଲାପାଳ ଅନ୍ୟାନ୍ୟ ବିଭାଗ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ପ୍ରତ୍ୟେକ ଗାଁ ରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ହେବ l ଆଶା, ଅଙ୍ଗନବାଡି କର୍ମୀ, ଏ ଏନ ଏମ, ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ l ପ୍ରତ୍ୟେକ ସ୍କୁଲ ରୁ ଜଣେ କିମ୍ବା ଦୁଇଜଣ ଛାତ୍ରୀ ” ସପନା ” ସ୍ବେଛାସେବୀ ଭାବେ କାର୍ଯ୍ୟ କରି କୁଷ୍ଠ ରୋଗ ର ସଚେତନତା ସୃଷ୍ଟି କରିବାରେ ସହାୟକ ହେବେ l ଜିଲ୍ଲାପାଳ ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଶୀଘ୍ର ” ସପନା ” ଛାତ୍ରୀ ର ତାଲିକା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି l ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ / ସଦସ୍ୟା ତଥା ସୋନପୁର ର ସମସ୍ତ କାଉନସିଲର, ଚେୟାରମ୍ୟାନ ସମସ୍ତେ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନ ରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି l