ନବରଙ୍ଗପୁର/ ଟୁକୁନା ଖରା : ନବରଙ୍ଗପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ଓୟୁଜେ ସଂଘ ସାଧାରଣ ପରିଷଦ ବୈଠକ ଏବଂ ସଭାପତି ଚୟନ କରାଯାଇଛି । ସଭାପତି ଭାବେ ଦୀର୍ଘଦିନ ଧରି ସଂଘକୁ ଶୃଙ୍ଖଳିତ ଏବଂ ସଂଘର ସୁପରିଚାଳନା କରି ସଂଘକୁ ମଜବୁତ କରିବାରେ ସକ୍ଷମ ଏବଂ ଦକ୍ଷ ସଭାପତି ଭାବେ ଦୀର୍ଘଦିନ ଧରି ସଭାପତିତ୍ୱ କରିଆସିଥିବା ଓୟୁଜେର ନବରଙ୍ଗପୁର ଜିଲ୍ଲା ସଭାପତି ସୁଶାନ୍ତ କୁମାର ବେହେରାଙ୍କୁ ପୁଣି ତୃତୀୟ ଥର ଲାଗି ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏବଂ ଉପସଭାପତି ଭାବେ ବାରିଜା ପଟନାୟକଙ୍କୁ ମନୋନୀତ କରାଯାଇଥିଲା । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଯୋଗଦେଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ କୋରାପୁଟ ଜିଲ୍ଲାର ବରିଷ୍ଟ ସାମ୍ବାଦିକ ପରୀକ୍ଷିତ ବିଶ୍ୱାଳ ଯୋଗ ଦେଇଥିଲେ ।
ତାଛଡା ପଡୋଶୀ ଜିଲ୍ଲା ତଥା କଳାହାଣ୍ଡି ଜିଲ୍ଲା ସଭାପତି କୁମ୍ଭାପାଣି ମିଶ୍ର, ଇଙ୍ଗିତ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱାଗତ କରିଥିଲେ । ତେବେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତି ଦେଶର ବିଭିନ୍ନ ରାଜ୍ୟର ରାଜ୍ୟସରକାର ସାମ୍ବାଦିକଙ୍କୁ ଗୁରୁତ୍ୱ ଦେଇ ସାମ୍ବାଦିକଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ କରୁଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ସମ୍ପର୍କିତ ବିଷୟରେ ଅବଗତ କରିଦିଆଯାଇଛି । ରାଜ୍ୟସରକାର ଏହାକୁ କିଭଳି ବିଚାରକୁ ନେଉଛନ୍ତି ତାକୁ ଅନୁଧ୍ୟାନ କରି ଆଗାମୀ ଦିନରେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି କହିଥିଲେ । ଓୟୁଜେ ଏକ ଏମିତି ପ୍ଲାଟଫର୍ମ ଯାହାକି ଏଠାରେ ଜଡିତ ପ୍ରତ୍ୟେକ ପ୍ରତିନିଧିଙ୍କୁ ଗୁରୁତ୍ୱରୋପ କରି ରାଜ୍ୟ ବ୍ୟାପି ସମସ୍ତ ଓୟୁଜେ ସଂଘର କର୍ମକର୍ତା କାନ୍ଧରେ କାନ୍ଧ ମିଳେଇ ଛିଡା ହେଵାରେ ସକ୍ଷମ ହୋଇଛନ୍ତି ଏବଂ ରହିବେ ବୋଲି କହିଥିଲେ । ଯାହାକି ଏହି ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ନକ୍ସଲ ପ୍ରବଳ ଅଂଚଳରେ କାର୍ୟ୍ୟରତ ସାମ୍ବାଦିକଙ୍କ ମନୋବଳ ବୃଦ୍ଧି କରିବାରେ ସାହସ ଜୁଟେଇପାରିଛି ।