ପାରଳାଖେମୁଣ୍ଡି ; ଜିଲ୍ଲା ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି ଜିଲ୍ଲା କାଶୀ ନଗର ବ୍ଲକ ଅନ୍ତର୍ଗତ ସିଧାମଡଙ୍ଗ ପ୍ରାଥମିକ ସମବାୟ ସମିତି ପରିସରରେ ଗଜପତି ବିଭାଜନ ପାରଳାଖେମୁଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶ୍,ସିନିୟର ARCC ତଥା DRCS ହରିହର ସେଠ,ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ କେ ନାଗରାଜୁ,ସିଧାମଡଙ୍ଗ ପ୍ରାଥମିକ ସମବାୟ ସମିତି ସଭାପତି ଓଡିଶୀ ଜାନକୀ ରାଓ,ସିଧା ମଡଙ୍ଗ ପ୍ରାଥମିକ ସମବାୟ ସମିତି ସମ୍ପାଦକ ଡି. ସଞ୍ଜୀବ କୁମାର, ସରପଞ୍ଚ ଜୀ. ସ୍ୱର୍ଣ୍ଣ ମଞ୍ଜରି, ଦେବରିରି ରେଞ୍ଜ ର ପ୍ରମୁଖ ମଞ୍ଚାସିନ ଥିଲେ। ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲାଅତିଥି ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ। ଆଜିର ଥିମ ରହିଛି ଗୋଟିଏ ଗଛ ମାଆଙ୍କ ନାମରେ।ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେଲେ ପରିବେଶ ସୁରକ୍ଷା ରହିବା ସହିତ ମୁକ୍ତ ବାୟୁ ଆମେ ପାଇ ପାରିବା ବୋଲି ଅତିଥି ମାନେ କହିଥିଲେ।ସମବାୟ ସମିତିର ସଦସ୍ୟ ମାନେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଏ ରାମ ପ୍ରସାଦ,ବାବୁଲି ସାମଲଙ୍କ ସମେତ ଲ୍ୟାମ୍ପସର କର୍ମଚାରୀ ପ୍ରାଥମିକ ସମବାୟ ସମିତିର କର୍ମଚାରୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ।