ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁଖ୍ୟ ଚିକିତ୍ସାଳୟ ସେମିନାର ହଲରେ ବିଶ୍ଵ ରକ୍ତ ଦାତା ଦିବସ-୨୦୨୫ ଜନ ସ୍ଵାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ଼ା ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗା ଦତ୍ତ ଦାସ ଓ ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୋନପୁର ସ୍ମିତା ଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ରକ୍ତଦାନ କରିବା, ନୁଆଆଶା ଭରିବା, ସମ୍ମିଳିତ ପ୍ରୟାସରେ ପ୍ରାଣ ରକ୍ଷା କରିବା ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏଥିସହିତ ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟ ରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା , ଧୁମପାନରୁ ସମ୍ପୂର୍ଣ ମାତ୍ରାରେ ମୁକ୍ତ ରହିବା ସେନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଆଜିର ଦିବସ ଅବସରରେ ୧୫ଜଣ ବ୍ୟକ୍ତି ବିଶେଷ ରକ୍ତ ଦାନ କରିଛନ୍ତିl