ଭୁବନେଶ୍ୱର : ଡିଜେ ଉପରେ କମିଶନରେଟ ପୋଲିସର କଟକଣା ଜାରି। ଉଭୟ ଭସାଣି ଓ ମେଲୋଡ଼ିରେ ଡିଜେ ବନ୍ଦ କରାଯାଇଛି । ଏଥର ସେପ୍ଟେମ୍ବର ୭ ତାରିଖରେ ଗଣେଶ ପୂଜା ପଡୁଛି । କେବଳ ଡିଜେ ନୁହେଁ ବିକୃତ ମୃତ୍ତିକୁ ନେଇ ମଧ୍ୟ ଗାଇଡ଼ ଲାଇନ ଜାରି ହୋଇଛି ।କୌଣସି ସ୍ଥାନରେ ବିକୃତ ମୂର୍ତ୍ତି ନଜର କୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କମିଶନରେଟ ପୋଲିସ ସହ ରାଜଧାନୀର ବିଭିନ୍ନ କମିଟି ସହ ବୈଠକ ହୋଇସାରିଛି । ଡିସିପି ପୂଜାକୁ ନିଶାମୁକ୍ତ କରିବା ଉପରେ ବେଶ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଭସାଣି ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜବରଦସ୍ତ ଚାନ୍ଦ ଆଦାୟକୁ ବାରଣ କରାଯାଇଛି । ସେପରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅତ୍ୟଧିକ ଭିଡ ନିୟନ୍ତ୍ରଣ କରିବା ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ । ପୂଜା କମିଟି ପକ୍ଷରୁ ମଧ୍ୟ ପବ୍ଲିକ ଭଲ୍ୟୁଣ୍ଟିୟର ନିୟୋଜିତ ହେବେ । ସାରା ସହରର ଦୃଶ୍ୟ ସିସିଟିଭିରେ କଏଦ କରାଯିବ । ପୂଜା ୭ ତାରିଖ ହେବା ପରେ ସେପ୍ଟେମ୍ବର ୮,୧୧ ଓ ୧୨ ତାରିଖ ଭସାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତିରେ ରାଜଧାନୀର ସବୁ ପୂଜା କମିଟି ସହମତି ପ୍ରକାଶ କରିଛନ୍ତି ।