କର୍ଣ୍ଣାଟକ ମହାକୁମ୍ଭରେ ଯୋଗ ଦେବା ପାଇଁ ଶ୍ରଦ୍ଧାଳୁଙ୍କୁ ଆହ୍ନା କଲେ ଶିବ କୁମାର..

0

ଚାଲିଛି ପ୍ରୟାଗରାଜ ମହାକୁମ୍ଭମେଳା । ପ୍ରତିଦିନ ସେଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇ ବଡ ପକାଉଛନ୍ତି । ସେହିଭଳି ମହୀସୁରୁ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି କୁମ୍ଭ ମେଳା। ଟି ନରସିପୁରାର ତ୍ରିବେଣୀ ସଙ୍ଗମରେ ଐତିହାସିକ କୁମ୍ଭ ମେଳାର ତ୍ରୟୋଦଶ ସଂସ୍କରଣ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ପବିତ୍ର ମେଳାକୁ ଦକ୍ଷିଣ ଭାରତର ପ୍ରୟାଗରାଜ କୁମ୍ଭ କୁହାଯାଏ। ଏଠାରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏବଂ ସନ୍ଥଙ୍କୁ ଆକର୍ଷିତ କରେ।


ମହୀସୁରୁ କୁମ୍ଭାମେଳାରେ ଯୋଗ ଦେବାକୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ କାବେରୀ, କପିଳା ଏବଂ ସ୍ପଟିକା ସରୋବର ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ସମାବେଶକୁ ସମ୍ବୋଧିତ କରି ସେ ଭକ୍ତମାନଙ୍କୁ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ଯାଇ ହଇରାଣ ହେବା ଅପେକ୍ଷା କର୍ଣ୍ଣାଟକର କୁମ୍ଭ ମେଳାରେ ଯୋଗଦେବା ନେଇ ବିଚାର କରିବାକୁ ଅନୁରୋଧ କରିଥିଲେ।


“ତେବେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯଦି ଆପଣ ଇତିହାସ ଦେଖିବେ, ତେବେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ସହିତ ଜଡିତ ଦିବ୍ୟତା ଏବଂ ପବିତ୍ରତା ଆମର କାବେରୀ ନଦୀକୁ ମଧ୍ୟ ଆସିଛି। ତେଣୁ, ମୁଁ ଏଠାକାର ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ଯାଇ ହଇରାଣ ହେବାର ଆବଶ୍ୟକତା ନାହିଁ। ସେଠାକୁ ଯାଇ ବୁଡ଼ ପକାଇବା ଏବେ ବହୁତ କଷ୍ଟକର। ଏଠାକୁ ଆସି ଆପଣ ପ୍ରାର୍ଥନା କରିପାରିବେ। ମୁଁ ବିଶ୍ୱାସ କରେ ଯେ ପ୍ରୟାସ ଅପେକ୍ଷା ପ୍ରାର୍ଥନା ଅଧିକ ଫଳ ଦେବ। ତେଣୁ ମୁଁ ଲୋକମାନଙ୍କୁ ଆମ ରାଜ୍ୟର କୁମ୍ଭମେଳାରେ ହୋଇଥିବା ବ୍ୟବସ୍ଥାର ଉପଯୋଗ କରିବାକୁ ଅନୁରୋଧ କରୁଛି” ବୋଲି ଶିବକୁମାର କହିଥିଲେ।

ପ୍ରୟାଗରାଜ ମହାକୁମ୍ଭରେ ଅନେକ ଥର ଦୁର୍ଘଟଣା ଘଟିଥିବାଖବର ସାମ୍ନାକୁ ଆସିଛି । ଏବଂ ଅତ୍ୟଧିକ ଭିଡ କାରଣରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଜୀବନ ଯାଇଛି । ତେଣୁ ସେଠାକୁ ନଯାଇ କର୍ଣ୍ଣାଟକ ମହୀସୁର କୁମ୍ଭମେଳାରେ ଯୋଗ ଦେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।