ବ୍ୟୁରୋ : ସାଧାରଣ ଭାବରେ ପ୍ରେମିକ/ପ୍ରେମିକା ମାନଙ୍କ ପାଇଁ ଫେବୃଆରୀ ମାସ ବେଶ୍ ଖାସ୍ ହୋଇଥାଏ । ମନର ପରିଭାଷାକୁ ନିଜ ପାର୍ଟନରଙ୍କୁ କହିବା ପାଇଁ ତଥା ପ୍ରେମ ନିବେଦନ କରିବା ପାଇଁ ଅନେକ ଜଣ ଫେବୃଆରୀ ମାସକୁ ଯେମିତି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଏଥର ଭାଲେଣ୍ଟାଇନ୍ ଡେ’ରେ ପ୍ରେମ ପକ୍ଷୀଙ୍କୁ ଲାଗିବ ଝଟକା ।
ଯଦି ଏଥର ଭାଲେଣ୍ଟାଇନ ଡେ’ରେ ପ୍ରେମ ପ୍ରକାଶ କରିବାକୁ ଭାବୁଥାନ୍ତି ତେବେ ଆପଣଙ୍କୁ ଧୋକା ମିଳିବାର ସମ୍ଭାବନା ରହିଛି । ବେଶୀ ଦିନ ଆପଣଙ୍କର ରିଲେସନ ତିଷ୍ଠିବାର ସମ୍ଭାବନା ନାହିଁ । ଜ୍ୟୋତିଷଶାସ୍ତ୍ର ମୁତାବକ, ୨୦୨୫ ଭାଲେଣ୍ଟାଇନ ଡେ’ ଅବସରରେ ପ୍ରେମ ନିବେଦନ କରୁଥିବା ଯୁବକ, ଯୁବତୀଙ୍କ ପାଇଁ ତାହା ଶୁଭଙ୍କର ହେବ ନାହିଁ । ଏହି ଦିନ ନୂଆ ସମ୍ପର୍କର ଶୁଭାରମ୍ଭ କରୁଥିବା ପ୍ରେମୀ ଯୁଗଳଙ୍କୁ ଭବିଷ୍ୟତରେ ଧୋକା ମିଳିପାରେ ।
ବିଶିଷ୍ଟ ଜ୍ୟେତିଷାଚାର୍ୟ୍ୟ ଡ. ବସନ୍ତ ସୋନୀ କହିଛନ୍ତି, ଚଳିତ ବର୍ଷ ଫେବୃଆରୀ ୧୪ ତାରିଖ କୁଣ୍ଡଳୀ ଆପଣଙ୍କୁ ଦୁଃଖ ଦେଇପାରେ । ଏହି ଦିନ ନିଜର ହୃଦୟର ଭାବନାକୁ ପ୍ରକାଶ କରୁଥିବା ପୁଅ, ଝିଅମାନେ ଯଦି ବିବାହ କରନ୍ତି, ତେବେ ସେମାନେ ପାର୍ଟନରଙ୍କ ଠାରୁ ଧୋକା ପାଇବେ ।
ଡ. ବସନ୍ତ ସୋନୀ କହିଛନ୍ତି, ଏହି ଦିନ କୁମ୍ଭ ଲଗ୍ନର ପତ୍ରିକା ପଡ଼ୁଛି । ଲଗ୍ନରେ ସୂର୍ୟ୍ୟ ଓ ବୁଧ ଏକ ସଙ୍ଗେ ବସିଛନ୍ତି । ପଞ୍ଚମ ଭାବରେ ମଙ୍ଗଳ ବସିଛି, ଯାହାକି ସନ୍ତାନଙ୍କୁ ସମସ୍ୟାରେ ପକାଇବ । କୁଣ୍ଡଳୀ ଦୁଇ ବିବାହର ଯୋଗକୁ ଦର୍ଶାଉଛି । ଏହାର ଅର୍ଥ ହେଉଛି ଯଦି ଏହି ଦିନ ଜଣେ ପ୍ରେମ ନିବେଦନ କରି ବିବାହ କରନ୍ତି, ତେବେ ଭବିଷ୍ୟତରେ ତାଙ୍କର ସମ୍ପର୍କ ଭାଙ୍ଗିପାରେ । କାରଣ ସେମାନେ ପରସ୍ପରକୁ ଧୋକା ଦେବେ ଓ ଅନ୍ୟ କାହାକୁ ବିବାହ କରିବେ ବା ରିଲେସନଶିପରେ ରହିବେ ।