ଆପଣ ଜାଣନ୍ତି କି ଅରଖ ଫୁଲ ରେ କଣ ମିଳେ ଉପକାର

0

(ରିପୋର୍ଟସ ଟୁଡେ) ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୋଷଧୀ ସଦୃଶ କାର୍ୟ୍ୟ କରିଥାଏ। ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ମଧୁମେହ, ଆର୍ଲ୍‌ଜି ଆଦି ରୋଗକୁ ଭଲ କରିଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ତାହାଲେ ଆସନ୍ତୁ ଜାଣିବା ଅରଖ ଫୁଲ ରେ କଣ ମିଳେ ଉପକାର
 ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ଅରଖଗଛର ଫୁଲକୁ ଶୁଖାଇ ଏହାକୁ ଗୁଣ୍ଡ କରି କିଛି ଦିନ ନିୟମିତ ଖାଇଲେ ଅନେକ ସୁଫଳ ମିଳିଥାଏ। ଆଲର୍ଜି ବା ରୁକ୍ଷ ପଣ ଯୋଗୁଁ ଚର୍ମରେ କୁଣ୍ଡିଆ ସମସ୍ୟା ଦେଖାଯାଇଥାଏ।
 ଅରଖ ଗଛର ଚେରକୁ ଭଲ ଭାବେ ପୋଡ଼ି ଏହି ଗୁଣ୍ଡକୁ ଯେ କୌଣସି ତେଲରେ ମିଶ୍ରଣ କରି ଏହାକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାଇଲେ ସୁଫଳ ମିଳେ।
 ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଏହି ଗଛର ପତ୍ରକୁ ଗରମ କରି ବାନ୍ଧିଲେ ରକ୍ତ ବୋହିବା ବନ୍ଦ ହୋଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ।