ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ବାବୁ

0

ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ବୈପାରୀଗୁଡା ସିଏଚ୍‌ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍‌ ଭୂୟାଁ ଶୁକ୍ରବାର ଧରାପଡିଛନ୍ତି । ବକେୟା ଦରମା କରାଇ ଦେବାକୁ କହି ୪୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ।  ଏହି ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ପନ୍ଦରଜଣିଆ ଟିମ୍ ଚଢାଉ କରି ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଲାଞ୍ଚ ଟଙ୍କା ସହ ଧରିଛନ୍ତି ।  ପରେ ଡାକ୍ତର ଭୂୟାଁଙ୍କ ଭଡ଼ା ଘର ଏବଂ ଉତ୍ତମ ମହାଙ୍କୁଡଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି ।