ଏନଟିପିସି ମେଡିକାଲରେ ଜାତୀୟ ଡାକ୍ତର ଦିବସ ପାଳିତ

0

( ଜ୍ୟୋତିରଞ୍ଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ସବଡ଼ିଭିଜନ ଅନ୍ତର୍ଗତ କଣିହାଁ ବ୍ଲକ ଅଧିନସ୍ତ ଏନଟିପିସି ସୁପର ଥର୍ମାଲ ଦୀପଶୀଖା ମେଡିକାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ପଶ୍ଚିମବଙ୍ଗ ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ମହାନ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟ ସମ୍ମାନର ସହିତ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଗତ ସୋମବାର ଧୂମଧାମ ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏନଟିପିସି ସ୍ଥାୟୀ କଲୋନୀ ପରିସରରେ ଥିବା ମନୋରଞ୍ଜନ କେନ୍ଦ୍ର ଠାରେ ଆୟୋଜିତ ଉତ୍ସବ ରେ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଆପୋଲ ହସ୍ପିଟାଲ କିିଡୀନି ରୋଗ ବିଶେଷଜ୍ଞ ଡାକ୍ତର ବି.ଏନ.ପଣ୍ଡା ମୂଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ।ସାମ୍ପ୍ରତିକ ପରିସ୍ଥିତି ରେ କିଡିନୀ ରୋଗୀ ସଂଖ୍ୟା ଅହେତୁକ ମାତ୍ରା ରେ ବୃଦ୍ଧି ପାଉଛି । ଏଣୁ କିଡିନୀ ରୋଗ ର ଉତ୍ପତ୍ତି, କାରଣ, ନିରାକରଣ, ରୋଗ ର ପ୍ରାରଭିକ ନିଦାନ ସମ୍ପର୍କରେ ଶ୍ରୀଯୁକ୍ତ ପଣ୍ଡା ଗଠନ ମୂଳକ ମତାମତ ପ୍ରକାଶ କରିଥିଲେ ।ସେହିପରି ସମାଜରେ ସେବା ମନବୃତ୍ତି ରେ ଡାକ୍ତର ଓ କର୍ମଚାରୀ ମାନେ ବ୍ରତୀ ହୋଇ ରୋଗୀ ମାନଙ୍କ ପ୍ରତି ସମର୍ପଣ ଭାବନା ସେବା କରିବା ଦରକାର କିମ୍ବା କୌଣସି କଥା, ଜିନିଷ ରେ ପ୍ରଲୋଭିତ ନହୋଇ କର୍ତ୍ତବ୍ୟ ରେ ହେଳା କରିବା ଅନୁଚିତ ବୋଲି ଡାକ୍ତର ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଓ ପ୍ରାରମ୍ଭ ରେ ଏନଟିପିସି ମେଡିକାଲ ପରିସରରେ ଡାକ୍ତର ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ ଥିଲା । ସେହିପରି ମେଡିକାଲ କର୍ମଚାରୀ ମାନଙ୍କ ପକ୍ଷରୁ ଗୁଟଖା, ପାନ, ନିଶା ଦ୍ରବ୍ୟ ଠାରୁ ଦୁରେଇ ରହି କିଭଳି ସୁସ୍ଥ ସମାଜ ଗଠନ ସମ୍ବଳିତ ଏକ ନାଟକ ପରିବେଷଣ କରାଯାଇ ଥିଲା । ଏହି ସାଂସ୍କୃତିକ କାର୍ୟ୍ୟକ୍ରମ ର ନିଚ୍ଛକ ଦୃଶ୍ୟ ପଟ କୁ ଉପସ୍ଥିତ କର୍ମଚାରୀ, ସ୍ଥାୟୀ କଲୋନୀ ଅନ୍ତେବାସୀ ବେଶ ଉପଭୋଗ କରିଥିଲେ ।