କେନ୍ଦ୍ରାପଡା; ବାତ୍ୟା ‘ଦାନା’ ଗଲା ପରେ ଅନେକଙ୍କ ଦୁଃଖ ବଢିଛି । କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଫସନ ନଷ୍ଟ ହୋଇଛି । ଆଉ ବତ୍ୟା ବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ଏନଡିଆରଏଫ୍ ଟିମ୍, ଓଡ୍ରାଫ୍ ଟିମ୍, ଏବଂ ଡାକ୍ତର । ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବଞ୍ଚାଇବା ପାଣି ପବନକୁ ଖାତିରି କରିନାହାନନ୍ତି । ତେବେ ବାତ୍ୟା ଲୋକଙ୍କ ସ୍ୱାସ୍ଥ୍ୟକୁ ଟିକନିକ୍ ପରଖୁଥିବା ଜଣେ ଡାକ୍ତର ଏବେ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । କାରଣ ତାଙ୍କୁ ସାପ କାମୁଡିଛି । ସୂଚନାମୁତାବକ, କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବାବର ପିଏଚସିରେ ଡାକ୍ତରଙ୍କ ଡ୍ୟୁଟି ପଡିଥିଲା । ପିଏଚସିରେ ପାଇଖାନା ନଥିବାରୁ ବାହାରକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ସାପ କାମୁଡିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିସିନ୍ ଆଇସିୟୁରେ ଭର୍ତ୍ତ କରାଯାଇଛି ।