ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କାରିପାରିବେ ଡାକ୍ତର

0

ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ବନ୍ଧ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ ବଡ ପଦକ୍ଷେପ ନେଇଛନ୍ତି । ଏ ନେଇ ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି ହେଇଛି । ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି । ପ୍ରଥମ ଥର ପାଇଁ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାର ଅଧିକାର ମିଳିବାକୁ ଯାଉଛି। ଖରାପ ବ୍ୟବହାର, ଗାଳିଗୁଲଜ ଏବଂ ମାର୍ପିଟ କରୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା କରିବାକୁ ଡାକ୍ତର ମନା କରିପାରିବେ। ରୋଗୀଙ୍କ ଖରାପ ବ୍ୟବହାର ବିରୋଧରେ ଡାକ୍ତର ଏନଏମସିରେ ଅଭିଯୋଗ ମଧ୍ୟ କରିପାରିବେ। ଏହା ଦ୍ବାରା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ।

ଜରୁରିକାଳୀନ ମାମଲାକୁ ଛାଡ଼ି କେଉଁ ରୋଗୀକୁ ଚିକିତ୍ସା କରିବେ ତାହା ଡାକ୍ତର ନିଷ୍ପତ୍ତି ନେବେ। ସେ ଚାହିଁଲେ ଅନ୍ୟ ରୋଗୀଙ୍କୁ ଦେଖିପାରିବେ। ଏହା ସହିତ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଉତ୍ତରଦାୟିତ୍ବ ମଧ୍ୟ ରହିଛି। ସେ ଏହାକୁ ଉପେକ୍ଷା କରିବା ଅନୁଚିତ ବୋଲି କୁହାଯାଇଛି।

ଜରୁରିକାଳୀନ ମାମଲାକୁ ଛାଡ଼ି କେଉଁ ରୋଗୀକୁ ଚିକିତ୍ସା କରିବେ ତାହା ଡାକ୍ତର ନିଷ୍ପତ୍ତି ନେବେ। ସେ ଚାହିଁଲେ ଅନ୍ୟ ରୋଗୀଙ୍କୁ ଦେଖିପାରିବେ। ଏହା ସହିତ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଉତ୍ତରଦାୟିତ୍ବ ମଧ୍ୟ ରହିଛି। ସେ ଏହାକୁ ଉପେକ୍ଷା କରିବା ଅନୁଚିତ ବୋଲି କୁହାଯାଇଛି। ଡାକ୍ତର ଏବଂ ତାଙ୍କ ପରିବାର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀଙ୍କଠାରୁ କୌଣସି ଉପହାର, ଯାତ୍ରା ସୁବିଧା, ପରାମର୍ଶ ଶୁଳ୍କ କିମ୍ବା ମନୋରଞ୍ଜନ ସୁବିଧା ନେବାରୁ ଦୂରେଇ ରୁହନ୍ତୁ। ଫାର୍ମାସ୍ୟୁଟିକାଲ କମ୍ପାନୀ କିମ୍ବା ତତ୍ ସମ୍ବନ୍ଧିତ ସ୍ବାସ୍ଥ୍ୟସେବା କାର୍ୟ୍ୟକ୍ରମ, ସମ୍ମିଳନୀ, ଆଦିରୁ ଆରଏମପି ଦୂରେଇ ରହିବା ଉଚିତ।