ପଶ୍ଚିମବଙ୍ଗ: ବହୁଚର୍ଚ୍ଚିତ କୋଲକାତା ଆରଜି କର୍ ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ସିଆଲଦା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିବାବେଳେ କୋର୍ଟର ଏହି ରାୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମମତା ସରକାର ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକତା ପୁଲିସ୍ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା । ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ମମତା ସେପଟେ କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ କରିଛନ୍ତି ।