(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ ଏକ ମିଥ୍ୟା ଡକ୍ୟୁମେଣ୍ଟ ଦେଖାଉଛି । ଏଥିରେ ଓଡ଼ିଶା ପୋଲିସ ଗୁଇନ୍ଦା ବିଭାଗ କିଛି ରାଜନୈତିକ ପୂର୍ବାନୁମାନ କରୁଥିବା କୁହାଯାଇଛି । ଏ ନେଇ ପୋଲିସ ଏକ ଏତଲା ରୁଜୁ କରିବ ବୋଲି ଟ୍ଵିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଡକ୍ୟୁମେଣ୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ, ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଡିଜିପି କହିଛନ୍ତି । ବିଜେଡି ମଧ୍ୟ ଏହି ଡକ୍ୟୁମେଣ୍ଟକୁ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛି ।