ଭୁବନେଶ୍ୱର: ପୁଣି ହେବ କୁକୁର ବନ୍ଧ୍ୟାକରଣ । ଏହି କାର୍ଯ୍ୟ ବିଏମସି ଆସନ୍ତା ୨ରୁ ୩ ଦିନ ଭିତ ରେ ଆରମ୍ଭ କରିବାକୁ ଯାଉଛି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ମଞ୍ଚେଶ୍ବର ଅଞ୍ଚଳରେ ଥିବା ଡଗ୍ କେନେଲରେ ବନ୍ଧ୍ୟାକରଣ କରାଯିବ । ହାଇକୋର୍ଟଙ୍କ ରହିତାଦେଶ ପରେ ଜୁଲାଇ ୬ତାରିଖରୁ ବନ୍ଧ୍ୟାକରଣ ବନ୍ଦ ଥିଲା। ସୋମବାର ହାଇକୋର୍ଟ ବିଏମସିକୁ ସବୁଜ ସଙ୍କେତ ଦେଇଥିଲେ। କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ଉଠାଇ ଦେଇଥିଲେ । ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।