ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର 

ଚିଲିକା କୂଳରୁ ଉଦ୍ଧାର ହେଲା ଏକ ମୃତ ଡଲଫିନ୍

0

(ଚିଲିକା) : ଚିଲିକା କୂଳରୁ ଉଦ୍ଧାର ହେଲା ଏକ ମୃତ ଡଲଫିନ୍ ।  ଆଜି ବାଲୁଗାଁ ନିକଟ କଳିଯୁଗେଶ୍ୱର ପାହାଡ଼ ପାଦଦେଶ ଚିଲିକା କୂଳରୁ ଏକ ମୃତ ଡଲଫିନ୍ ମିଳିଛି । ଖବରପାଇ ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ କର୍ତ୍ତୃପକ୍ଷ ପହଞ୍ଚି ମୃତ ଡଲଫିନ୍ ଶବକୁ ନେଇଯାଇଥିଲେ ।

 

ଡଲଫିନ ଶବକୁ ବ୍ୟବଚ୍ଛେଦ ପାଇଁ OUAT ପଠାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ଏହି ଡଲଫିନ୍‌ର ଶବ ପ୍ରାୟ ୫ଫୁଟ ହେବ। ଡଲଫିନର ମୃତ୍ୟୁ ନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ମୋଟରବୋଟ ପଙ୍ଖାମାଡ଼ରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

 

ସୂଚନାନୁଯାୟୀ , ସ୍ଥାନୀୟ କିଛି ଯୁବକ ସେଠାରେ ଭୋଜି କରୁଥିବାବେଳେ ଏହି ମୃତ ଡଲଫିନକୁ ଦେଖିଥିଲେ। ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଡଲଫିନର ଶବ ଭାସୁଥିବାରୁ କିଛିଦିନ ତଳେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।