ଡୋମାରାଜୁ ଗୁକେଶ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି। ସେ ୧୮ ବର୍ଷ ରେକର୍ଡ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଡି ଗୁକେଶ ହେଉଛନ୍ତି ସବୁଠାରୁ କନିଷ୍ଠ ଗ୍ରାଣ୍ଡମାଷ୍ଟର ଯିଏ ଭାରତ ପାଇଁ ଗୈାରବ ଆଣିଛନ୍ତି। ବିଶ୍ୱ ଚେସ ଚାମ୍ପିଅନସିପ୍ର ଫାଇନାଲରେ ୧୪ ତମ ଖେଳରେ ଗୁକେଶ ସିଙ୍ଗାପୁରର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଗୁକେଶଙ୍କ ପୂର୍ବରୁ ଋଷର ଗ୍ୟାରି କାସପାରୋଭ ୧୯୮୫ ମସିହାରେ ୨୨ ବର୍ଷ ବୟସରେ ଏହି ଟାଇଟଲ ଜିତିଥିଲେ। ୧୧ ଡିସେମ୍ବର ଗୁରୁବାର ଦିନ ସିଙ୍ଗାପୁରର ଡିଙ୍ଗ ଲିରେନଙ୍କୁ ୭.୫-୬.୫ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହା ସହିତ, ଗୁକେଶ ହେଉଛନ୍ତି ଗ୍ରାଣ୍ଡମାଷ୍ଟର ଯିଏ ୨୭୦୦ ର FIDE ରେଟିଂରେ ପହଞ୍ଚିଛନ୍ତି । ସେ ଚେନ୍ନାଇର ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ୭ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ। ୮ ବର୍ଷ ବୟସରେ ଗୁକେଶ ଏସୀୟ ସ୍କୁଲ ଚେସ ଚାମ୍ପିଅନସିପର ଅଣ୍ଡର -୧୯ ବର୍ଗ ଏବଂ ଅଣ୍ଡର -୧୨ ବର୍ଗରେ ବିଶ୍ୱ ଯୁବ ଚେସ ଚାମ୍ପିୟନଶିପ ଜିତିଥିଲେ। ୨୦୧୮ ରେ ଏସିଆନ୍ ଯୁବ ଚାମ୍ପିଅନସିପ୍ ର ଅଣ୍ଡର -୧୨ ବ୍ୟକ୍ତିଗତ ରାପିଡ୍ ଆଣ୍ଡ ବ୍ଲିଜ୍, ଅଣ୍ଡର -୧୨ ଟିମ୍ ରାପିଡ୍ ଆଣ୍ଡ ବ୍ଲିଜ୍ ଏବଂ ଅଣ୍ଡର -୧୨ ବ୍ୟକ୍ତିଗତ କ୍ଲାସିକ୍ ଫର୍ମାଟରେ ଗୁକେଶ ୫ ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ।