ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ ହେରଫେର ମାମଲାକୁ ହୋଇଥିଲେ ଗିରଫ

0

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ । ପର୍ଣ୍ଣାରଙ୍କୁ ଟଙ୍କା ଦେବା ମାମଲାରେ ହୋଇଥିଲେ ଗିରଫ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ତାଙ୍କ ବିରୋଧରେ ଲାଗିଥିବା ୩୪ଟି ହେରଫେର ମାମଲାକୁ ଟ୍ରମ୍ପ ମିଛ ବୋଲି କହିଥିଲେ । ମାମଲାର ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୪ ତାରିଖକୁ ଧାର୍ୟ୍ୟ କରାଯାଇଛି । ସେପଟେ କୋର୍ଟରୁ ବାହାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଶାସକ ଦଳ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳର ନେତାକୁ ବିନା ଦୋଷରେ ଗିରଫ କରୁଛି ବୋଲି ଟ୍ରମ୍ପ କହିଛନ୍ତି । ଏହାସହ ସମର୍ଥକମାନଙ୍କୁ ଇମେଲ ପଠାଇ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।