(ରିପୋର୍ଟସ ଟୁଡେ)ତିରୁପତି: ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ୧.୧୧ କୋଟି ଟଙ୍କା ଦାନ କରାଯାଇଛି । ଏହି ଟଙ୍କା ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ (ଆରଆଇଏଲ) ଦାନ କରିଥିବା ମନ୍ଦିରର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, ତିରୁମାଲାରେ ପ୍ରସିଦ୍ଧ ପାହାଡ଼ରେ ଥିବା ମନ୍ଦିର ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଟ୍ରଷ୍ଟକୁ ଦିଆଯାଇଛି। ଏହି ଦାନ ଟଙ୍କା ଗରିବ ଲୋକଙ୍କର ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।
ଟିଡିପି ସୂତ୍ର ଅନୁସାରେ ଆରଆଇଏଲର ଅଧିକାରୀ ପିଏମଏସ ପ୍ରସାଦ ମନ୍ଦିରରେ ପୂଜା କରିବା ପରେ ଟିଟିଡିର ସଂଯୁକ୍ତ କାର୍ୟ୍ୟକାରୀ ଅଧିକାରୀଙ୍କୁ ଏହି ରାଶି ଡିମାଣ୍ଡ ଡ୍ରାଫ ଆକାରରେ ଦେଇଛନ୍ତି।