ସରିଲା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ , ଫଳାଫଳକୁ ଅପେକ୍ଷା

0

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମାଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ମୂଲ୍ୟାୟନ ଶନିବାର ଶେଷ ହୋଇଛି ।ରାଜ୍ୟରେ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖା ଗତ ୩ତାରିଖରୁ ଆରମ୍ଭ ହୋଇଥିଲା । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ଶେେ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତଦନୁଯାୟୀ ଖାତା ଦେଖା ଚାଲିଛି । ଏବେ ସୁଧ୍ୟା ସମସ୍ତ ଖାତା ଦେଖା ସରିଥିବା ବେଳେ ଶିକ୍ଷକ ମାନେ ସଂଖ୍ୟାରେ କମ ଥିବା ରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଁ ଖାତା ଦେଖା କାର୍ଯ୍ୟ ଯାରି ରହିଛି ।
ସୂଚନା ଅନୁଯାୟୀ: ଏଥର ମୂଲ୍ୟାୟନ କାର୍ଯ୍ୟରେ ୧୩ ହଜାର ଶିକ୍ଷକ, କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ଏଥିମଧ୍ୟରୁ ପ୍ରୟ ୧୨ ହଜାର୪ ଶହ ଶିକ୍ଷକ ଖାତା ଦେଖୁଥିଲେ । ମାଟ୍ରିକ ରୋଗୁଲାର , ଲକ୍ସରେଗୁଲାର ସଂ ଏସଓସସି ଓ ସଂସ୍କୃତ ମାଧ୍ୟମା ପରୀକ୍ଷା ମିଶି ରାକ୍ୟରେ ୫ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି ।