ପ୍ରଚୁର ପାଣି ପିଊଛନ୍ତି କି ? ସାବଧାନ

0

(ପ୍ରିୟଦର୍ଶନୀ ସ୍ୱାଇଁ , ଭୁବନେଶ୍ୱର): ଶରୀର ସୁସ୍ଥ ରହିବା ପାଇଁ ୭୦% ପାଣିର ଆବଶ୍ୟକତା ରହିଛି । ଡାକ୍ତର ମଧ୍ୟ ଆମକୁ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଆପଣ ମଧ୍ୟ ପାଣି ପିଇବାର ଫାଇଦା ବିଷୟରେ ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକା ପାଣି ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ହାନିକାରକ । ଯଦି ଆପଣ ସୁସ୍ଥ ରହିବାକୁ ଅଧିକା ପାଣି ପିଉଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ ।
ଜାଣନ୍ତୁ, ଅଧିକ ପାଣି ପିଇବା ଆମ ଶରୀର ପାଇଁ କ୍ଷତିକାରକ :-

୧- ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରରେ ରକ୍ତରେ ଥିବା ଲୁଣ ଅଂଶ କମି ଯାଇଥାଏ।
୨- ଅନେକ ସମୟରେ ଲୋକମାନେ ଡିହାଇଡ୍ରେଟ୍ର ଶିକାର ହେଲେ ଆବଶ୍ୟକତାଠାରୁ ଅଧିକ ପାଣି ପିଇ ଦେଇଥାନ୍ତି। ଆଉ ଏଥିପାଇଁ ମୁଣ୍ଡ ବିନ୍ଧା, ବାନ୍ତି, ଅନେକଥର ପରିଶ୍ରା        ଯିବା ଭଳି ସମସ୍ୟା ଦେଖାଦେଇଥାଏ।
୩- ଅଧିକ ପାଣି ପିଇଲେ କିଡ୍ନି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। କିଡ୍ନି ସହଜରେ ପାଣିକୁ ବାହାରକୁ ବାହାର କରିପାରିନ ଥାଏ। ଆଉ ଯେତେବଳେ ଆପଣଙ୍କ କିଡ୍ନି           ଠିକ୍ରେ କାମ କରେ ନାହିଁ ସେତେବେଳେ ଶରୀରର କୋଷଗୁଡ଼ିକରେ ମଧ୍ୟ ପାଣି ଜମା ହୋଇଯାଇଥାଏ। ଏଥିଯୋଗୁ ଆପଣଙ୍କ ଶରୀର ଫୁଲିବାକୁ ଲାଗିଥାଏ।
୪- ଅଧିକ ପାଣି ପିଇବା ଯୋଗୁ ଆପଣ ରାତିରେ ବାରମ୍ବାର ପରିଶ୍ରା ଯାଇଥାନ୍ତି। ଆଉ ଏଥିପାଇଁ ଆପଣଙ୍କ ନିଦ ମଧ୍ୟ ପୁରା ହୋଇପାରେ ନାହିଁ। ଫଳରେ କିଡ୍ନି ମଧ୍ୟ ଠିକ୍ରେ            କାମ କରିପାରେ ନାହିଁ। କାରଣ ତା ଉପରେ ପାଣି ବାହାର କରିବାର ବୋଝ ବଢ଼ିଯାଇଥାଏ।