କାମ ଦେଉନି ସଡକ ସୁରକ୍ଷା ଜୀବନ ରକ୍ଷା ନାରା

0

ଅଜିତ ସାହୁ /ବସ୍ତା: ଦୁର୍ଘଟଣା ରୋକିବା ପାଇଁ ଜନ ସାଧାରଣ ଙ୍କୁ ସଚେତନ କରିବା, ବେଆଇନ ପାର୍କିଂ ହଟାଇବା ସହିତ ସଡ଼କ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। କିନ୍ତୁ ଦୁର ହେଉନି ସଡକ ଦୁର୍ଘଟଣା । ତେବେ ଏହାରି ଭିତରେ ମଧ୍ୟ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳ ରେ ସୁରକ୍ଷା ସପ୍ତାହ ପ୍ରହସନ ସାଜିଛି। କିନ୍ତୁ ଏବେ ଦେଖିବାକୁ ମିଳିଛି ୬୦ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା । ଦୁର୍ଘଟଣାଟଇ ଘଟିଛି ବସ୍ତା ଥାନା ସନ୍ତୋଷପୁର ଛକ ନିକଟରେ । ଜଳେଶ୍ୱର ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ମାଲବାହି ଟ୍ରକ ଦ୍ରୁତ ଗତିରେ ଆସି ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଗାଡିର ଆଗପଟ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବାବେଳେ, ଗାଡ଼ି ଚାଳକଙ୍କୁ ବହୁ କଷ୍ଟରେ ବାହାର କରାଯାଇ ରାଜପଥ ଆମ୍ବୁଲାନ୍ସ ଦ୍ୱାରା ବସ୍ତା ମେଡିକାଲ କୁ ନିଆଯାଇଥିଲା ମାତ୍ର ଡ଼ାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତକ ଜଣକ ଭଦ୍ରକ ଥାନାର ସେକ କୌଶର (୩୭) ବୋଲି କୁହାଯାଉଛି। ବସ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଗାଡି ଦୁଇ ଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏଠାରେ ସୂଚନା ଥାଉକି ରାଜପଥରେ କଡେ କଡେ ଥିବା ହୋଟେଲ ଓ ଢ଼ାବା ନିକଟରେ ଅନାବଶ୍ୟକ ଭାବେ ଘଣ୍ଟା ଘଣ୍ଟା ଧରି ଟ୍ରକ, ଡମ୍ପର, ବସ ଏବଂ ଅନ୍ୟାନ୍ୟ ଗାଡି ଛିଡା ହୋଇ ଥିବା ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି ବୋଲି ସାଧରଣରେ କୁହାଯାଉଛି । ଏଥିପ୍ରତି ସ୍ଥାନୀୟ ପୋଲିସ କିମ୍ବା ରାଜପଥ ପେଟ୍ରୋଲିଂ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଜିଲାପାଳ ଏବଂ ଏସପି ଏଥିପ୍ରତି ଦୃଷ୍ଟି ଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣ ରେ ଦାବି ହୋଇଛି। ତାହା ନ ହେଲେ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ସ୍ଥାନୀୟ ନେତୃମଣ୍ଡଳୀ କଡା ଚେତାବନୀ ଦେଇଛନ୍ତି।