(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମୋଦି ସରକାର କର୍ମଚାରୀଙ୍କ ପାଇଁ ନୂଆ ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ଆଇନ ମୁତାବକ, ଏଣିକି କର୍ମଚାରୀଙ୍କ ବିନା ସହମତି, ବିନା ଲିଖିତ ଅନୁମତିରେ କଂପାନୀରେ ଅଧିକ ସମୟ ଧରି ଖଟାଇପାରିବେ ନାହିଁ କୌଣସି ମାଲିକ । କର୍ମଚାରୀ ଓଭର ଟାଇମ୍ କଲେ ସେମାନଙ୍କୁ ଦରମାର ଦୁଇଗୁଣା କଂପାନୀକୁ ଦେବାକୁ ପଡ଼ିବ ।
କର୍ମଚାରୀଙ୍କର ଲିଖିତ ମଂଜୁରି ବିନା ସେମାନଙ୍କୁ କଂପାନିରେ ଓଭରଟାଇମ ଖଟାଇପାରିବେ ନାହିଁ। ଖାଲି ଏତିକି ନୁହେଁ, ଯଦି କୌଣସି କର୍ମଚାରୀ ଓଭରଟାଇମ କରନ୍ତି ତେବେ ତାଙ୍କୁ ଉକ୍ତ ଅବଧି ପାଇଁ ଦୁଇଗୁଣା ପାରିଶ୍ରମିକ କଂପାନୀକୁ ଦେବାକୁ ପଡ଼ିବ । ଏ ସଂପର୍କରେ ଏକ କୋଡ୍ ଲୋକସଭାରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତ ସପ୍ତାହରେ ଉପସ୍ଥାପିତ କରିଛନ୍ତି । ଏଥିରେ ପ୍ରସ୍ତାବ ରହିଛି କି, ନିଯୁକ୍ତିକର୍ତ୍ତା କୌଣସି ବି କର୍ମଚାରୀଙ୍କ ବିନା ଲିଖିତ ଅନୁମତିରେ ତାଙ୍କୁ ଓଭର ଟାଇମ କରାଇପାରିବେ ନାହିଁ । ପେସାଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ୟ୍ୟ ପରିବେଶ ନିୟମାବଳି ୨୦୧୯ରେ ଏହି ପ୍ରସ୍ତାବ କରାଯାଇଛି କି ଯଦି କୌଣସି କର୍ମଚାରୀଙ୍କୁ ଓଭର ଟାଇମ କରାଯାଉଛି ତେବେ ତାଙ୍କୁ ଏହି ଅବଧି ପାଇଁ ଦୁଇଗୁଣା ପାରିଶ୍ରମିକ ତଥା ଦରମା ଦିଆଯିବା ଉଚିତ ।