(ଆଦର୍ଶ ରାଉତ)ଭୁବନେଶ୍ୱର: ଆଜି ସମ୍ବଲପୁର ଭିମସାର ମେଡ଼ିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ଡ.ଅଶି୍ୱନୀ ପୂଜାହାରୀ କଂଗ୍ରେସରୁ ଇସ୍ତପା ଦେଇଛନ୍ତି । ସେ ନିଜର ଇସ୍ତପା ପତ୍ର ଜିଲ୍ଲା ସଭାପତି ଓ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି ।ଏ ନେଇ ଡ.ପୂଜାହାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଚଳିତ ନିର୍ବାଚନରେ ଅଶ୍ୱିନୀ ପୂଜାହାରୀ କଂଗ୍ରେସରୁ ଟିକେଟ ପାଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ । ମାତ୍ର ଏଥିରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା । ଗତ ଜୁନ ୨୭ ତାରିଖରେ ଏ ନେଇ ସମୀକ୍ଷା ବୈଠକ ବସିଥିଲା । ଦଳୀୟ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ସେଥିପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।
ଅଶ୍ୱିନୀ ପୂଜାହାରୀ ମାର୍ଚ୍ଚ ୨୪ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଭିମସାର ନିର୍ଦ୍ଦେଶ ପଦରୁ ଇସ୍ତଫା ଦେଇଥିଲେ ।