ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ। ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସମ୍ବଲପୁରର ପୂର୍ବତନ ବିଧାୟିକା ଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିନାହାଁନ୍ତି। ହେଲେ ଗଣମାଧ୍ୟମରେ ସେ କହିଛନ୍ତି ଯେ ସମ୍ବଲପୁରର ସ୍ୱାଭିମାନ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଦଳ ଛାଡିଛି। କୁହାଯାଉଛି ଚଳିତ ଥର ଟିକେଟ ଆଶାୟୀ ଥିଲେ ରାସେଶ୍ୱରୀ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ପ୍ରକାଶ କରି ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ବିଜେଡି ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।
ସୂଚନା ଅନୁଯାୟୀ , ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସମ୍ବଲପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ବେବେ ୨୦୧୯ ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ । ପରାଜିତ ହୋଇଥିଲେ ମଧ୍ୟ ରାସେଶ୍ୱରୀଙ୍କର ସମ୍ବଲପୁରରେ ନିଜସ୍ୱ ସଙ୍ଗଠନ ରହିଛି । ରାସେଶ୍ୱାରୀ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା କଣ ରହିବ ସେନେଇ ମୁହଁ ଖୋଲିନାହାନ୍ତି ।