ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ନେଇ ସବୁଆଡେ ଚର୍ଚ୍ଚା, ନିଜ ନୂଆ କାରକୁ ରୋଗୀ ସେବାରେ ଲଗାଇଛନ୍ତି

0

ଭୁବନେଶ୍ୱର: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବେ ଆମେ ଭାବି ନେଇଛୁ । କାରଣ ସେ ହେଉଛନ୍ତି ଆମ ରକ୍ଷା କବଚ । ଟିକେ ଦେହ ଅସୁସ୍ଥ ହୋଇପଡିଲେ ଡାକ୍ତରଙ୍କ ଲୋଡା ପଡିଥାଏ । ହେଲେ ବିଭିନ୍ନ ହସ୍ପିଟାଲରେ ଦେଖିବାକୁ ମିଳେ ରୋଗୀ ଶୋଷଣ । କିଏ ଟଙ୍କା ପାଇଁ ରୋଗୀର ଚିକିତ୍ସା ଅବହେଳା କରେ ର ଆଉ କିଏ ରୋଗୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥାନ୍ତି । ସେହିପରି ନିଃସ୍ୱାର୍ଥପର ଡାକ୍ତରଙ୍କ କଥା କହିବୁ । ଯିଏ ଆଜିକା ମହଙ୍ଗା ଯୁଗରେ ବି ୧ଟଙ୍କାରେ ରୋଗୀ ସେବା କରୁଛନ୍ତି, ଆଉ ତାଙ୍କ ଗାଡିରେ ଲେଖିଛନ୍ତି, ‘ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମତେ ଅଟକାଇ ପାରିବେ.. ୱାନ୍ ରୁପି କ୍ଲିନିକ୍ ।’ ତେବେ ଏକ ନୂଆ ଅଲଟ୍ରୋଜ କାରରେ ଏଭଳି ଲେଖାଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ବୁର୍ଲା ସହରରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଯିଏ କି ୨ ବର୍ଷ ତଳେ ଗରିବ ରୋଗୀଙ୍କ ପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲି ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଥିଲେ । ଟଙ୍କିକିଆ କ୍ଲିନିକର ଦୁଇ ବର୍ଷ ପୂରଣ ଅବସରରେ ରୋଗୀ ସେବାର ମହତ ଉଦ୍ଦେଶ୍ୟ ନେଇ ଆଉ ଏକ ମହତ କାମ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଡାକ୍ତର ରାମଚନ୍ଦାନୀ ଭିମସାର ଆସିଷ୍ଟାଂଟ୍ ପ୍ରଫେସନ୍ ଡାକ୍ତର ଶଙ୍କର ରାମଚନ୍ଦାନୀ ଫେବୃୟାରୀ ୨୦୨୧ରେ ନିଜ ବୁର୍ଲା ସ୍ଥିତ ବାସଭବନରେ ଟଙ୍କିକିଆ କ୍ଲିନିକ୍ ଆରମ୍ଭ କରିଥିଲେ । ଏଠାରେ ରୋଗୀଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ଯୋଗଇ ଦେଇଥାନ୍ତି ଡାକ୍ତର ରାମଚନ୍ଦାନୀ ।