ଦୁବାଇ ଗଲା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଚାଷ ଜମିରେ ଚାଷ କରାଯାଇଥିବା ଡ୍ରାଗନ୍ ଫ୍ରୁଟ

0

ଭୁବନେଶ୍ୱର: ଦୁବାଇ ଗଲା ଓଡିଶା ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ପାଟଣାଗଡରେ ନିଜ ଚାଷ ଜମିରେ ଡ୍ରାଗନ୍ ଫ୍ରୁଟ ଚାଷ କରି ଅଜି ଦୁବାଇ ପଠାଯାଇଛି । ଏପରି ଓଡିଶାରେ ପ୍ରଥମଥର ଦେଥିବାକୁ ମିଳିଛି । କୃଷି ଓ କୃଷକକୁ ଗୁରୁତ୍ୱ ଦେଉଥିବା ସରକାରରେ ଦେଖିବାକୁ ମିଳିଛି ଏଭଳି ଉଦାହରଣ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ନିଜେ ଜଣେ ଗର୍ବିତ ଚାଷୀ ଭାବେ ନିଜକୁ ପରିଚୟ ଦେଇଛନ୍ତି । କୋଭିଡ ସମୟରୁ ସେ ଏହି ଚାଷ କରିଥିବା କଥା କହିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ଆଜି ଏହାକୁ ଦୁବାଇକୁ ରପ୍ତାନୀ ହୋଇଛି ।