ସାଲେପୁର( ଜ୍ୟୋସ୍ନା ରାଣୀ ସିଂହ );-ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର ।କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ବାରଦା ପଞ୍ଚାୟତ ନାନକାର ଗଡା ନିକଟରୁ ରବିବାର ରାତିରେ ଏକ ଅଜଗର ଉଦ୍ଧାର ହୋଇଛି।ପ୍ରାୟ ୧୫ଫୁଟ ଲମ୍ବର ଏହି ସାପଟି ନାନକାର ଗଡା ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନରକ୍ଷୀ ସୁକାନ୍ତ ମୁର୍ମୁ ସେଠାରେ ପହଞ୍ଚି, ସହକର୍ମୀ ଈଶ୍ୱର ଜେନା ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଏହି ସାପଟିକୁ ଉଦ୍ଧାର କରିଥିଲେ ।ପରଦିନ ଏହି ଅଜଗରକୁ ଡମଡମାଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବାରଦା କୈବର୍ତ୍ତ ସାହି ର ସତ୍ୟ ନାରାୟଣ ମନ୍ଦିର ନିକଟରରୁ ଗତମାସ ୨୩ ତାରିଖ ରାତି ପ୍ରାୟ୮ଟା ବେଳେ ଏକ ଅଜଗର ସାପ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ।ସ୍ନେକ ହେଲ୍ପ ଲାଇନର ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ତାଙ୍କ ସହଯୋଗୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ୧୦ ରୁ ୧୨ ଫୁଟ ଲମ୍ବର ଏହି ସାପଟିକୁ ଉଦ୍ଧାର କରି ନିକଟରେ ଥିବା କାଇଜଙ୍ଗ ଜଙ୍ଗଲରେ ଛାଡିଥିଲେ। ୧୮ ଦିନ ମଧ୍ୟରେ ବାରଦାରୁ ୨ଟି ଅଜଗର ଉଦ୍ଧାର ହେବା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି।ଅନ୍ୟପଟେ ଏପରି ପରିସ୍ଥିତି ରେ ସ୍ଥାନୀୟ ଲୋକେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।