ସୁସ୍ଥ ରହିବା ପାଇଁ ସକାଳୁ ପିଅନ୍ତୁ ପୁଦିନା ସରବତ

0

ଭୁବନେଶ୍ୱର : ଏକ ଭଲ ଦିନର ଆରମ୍ଭ ଏକ ଭଲ ସକାଳରୁ ହିଁ ହୋଇଥାଏ । ଅ।ପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଅ।ପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ । ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍ ଭାବେ ମିଳିପାରେ ନାହିଁ । ସକାଳୁ ଉଠିବା ପରେ ଅ।ମ ଦେହ ଶୁଷ୍କ ହୋଇ ଯାଇଥାଏ । ଶରୀରରେ ଜଳୀୟ ଅଂଶ କମ୍ ହୋଇଥାଏ । ଏହି କାରଣରୁ ଅ ।ମକୁ ସକାଳ ପାନୀୟ ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଅ।ମକୁ କ’ଣ କ’ଣ କରିବାକୁ ପଡ଼ିଥାଏ ।

ଖରାଦିନେ ବିଭିନ୍ନ ସ୍ଥାନରେ ଅ।ଖୁ ରସ ବିକ୍ରି ହେଉଥାଏ । ସକାଳ ସମୟରେ ଯଦି ପାରୁଛନ୍ତି ଆଖୁ ରସରୁ ଗୋଟାଏ ଗ୍ଲାସ ପିଅନ୍ତୁ । ଏହା ଶରୀର ପାଇଁ ବେଶ୍ ଉପକାରୀ । କେବଳ ଆଖୁ ରସ ନୁହେଁ, ଅ।ପଣ ପଇଡ଼ ମଧ୍ୟ ପିଇପାରିବେ । ଅ।ପଣ ଭାବିପାରନ୍ତି ଯେ ପଇଡ଼ ହେଉଛି ସକାଳ ସମୟର ସବୁଠାରୁ ଭଲ ପାନୀୟ । ସକାଳ ସମୟରେ ଲେମ୍ବୁ ପାଣି ପିଇବା ଖୁବ୍ ଉପକାରୀ ହୋଇଥାଏ । ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ । ଲେମ୍ବୁ ପାଣି ପିଇବା ପୂର୍ବରୁ ଅ ।ପଣ ସକାଳ ଜଳଖିଅ । କରି ସାରିଥିବା ଅ ।ବଶ୍ୟକ । ଏହାବ୍ୟତୀତ ବିଟ୍, ଗାଜର, ପୋଦିନା ଓ କଲରା ଅ।ଦିର ରସ ମଧ୍ୟ ସକାଳୁ ପିଇବା ଅତ୍ୟନ୍ତ ଭଲ ହୋଇଥାଏ ।