ସାହାରଣପୁର : ଉତ୍ତରପ୍ରଦେଶର ଏକ ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଥାନାରେ ପଶି ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଉଛନ୍ତି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସାହାରଣପୁର ଅଞ୍ଚଳର ଖଟାଖେରୀ ପୋଲିସ ଷ୍ଟେସନରେ । ଏପରି ଏକ ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଥାନାରେ ମଦ ପିଉଥିବା ବ୍ୟକ୍ତି ଇମ୍ରାନକୁ ତୁରନ୍ତ ଗିରଫ କରାଯିବା ସହ ଥାନାଧିକାରୀ ସଚିନ ତ୍ୟାଗୀଙ୍କୁ ନିଲମ୍ବିତ କରାଯାଇଛି । ବିନା କୌଣସି ଭୟରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କିପରି ଥାନାକୁ ପଶିଲା ଓ ଥାନାଧିକାରୀଙ୍କ ଚେୟାରରେ ବସିଲା ତଥା କିଛି ସମୟ ପାଇଁ ସେଠାରେ ମଦରେ ମଜା ନେଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଉକ୍ତ ସମୟରେ ଥାନାର ଅନ୍ୟ କର୍ମଚାରୀ କ’ଣ କରୁଥିଲେ ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।