ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା

0

( ପୁରୀ / ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକରେ ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଗୋଟିଏ ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି ୧୨ ଶହ ରୁ ଉର୍ଦ୍ଦ ଲୋକ । ଦୈନଦିନ ପାନୀୟ ଜଳ ପାଇଁ ସତେ ଯେପରି ସଂଘର୍ଷ କରିବାକୁ ପଡୁଛି ଏମାନଙ୍କୁ । ପ୍ରାୟ ୨ ବର୍ଷ ଧରି ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଏହି ବ୍ଲକର ରାହଁ।ଗୋରଡା ପଚଂ।ୟତବାସୀ । ଏହାଛଡା ପାଇପ ଲାଇନ୍ ଯୋଗେ ସ୍ଵଚ୍ଚ ପାନୀୟ ଜଳ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ପାଇପ ଲାଇନ ଅଚଳ ହୋଇ ପଡି ରହିଥିବା ଯୋଗୁଁ ଲୋକ ମାନଙ୍କର ପାନୀୟ ଜଳ ସମସ୍ୟା କୁ ଦ୍ଵିଗୁଣିତ କରିଛି । ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଵାରମ୍ଵାର ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨ ଦିନ ମଧ୍ୟରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ଗ୍ରାମ୍ୟ ଜଳ ଯୋଗା।ଣ ଓ ପରିମଳ ବିଭାଗ ସହକାରୀ ନିର୍ଵାହୀ ଯନ୍ତ୍ରୀ।