ଡ୍ରାଇଭର ନେତା ସରଳ ଡ୍ରାଇଭରଙ୍କୁ ଭ୍ରମିତ କରୁଛନ୍ତି: ମନ୍ତ୍ରୀ

0

ଭୁବନେଶ୍ଵର: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ । ‘X’ରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପ୍ରତିକ୍ରିୟା । ସମସ୍ତ ଦାବି ସରକାର ଶୁଣି କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଆଲୋଚନା ପରେ ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ । ଡ୍ରାଇଭର ନେତା ସରଳ ଡ୍ରାଇଭରଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ତେବେ ଗତ ୪ ଦିନ ହେବ ନିଜ ଜିଦରେ ଅଟଳ ଡ୍ରାଇଭର ସଂଘ । ୭ ଦଫା ଦାବୀ ନେଇ ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ସଂଘ । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ପରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, ଆନ୍ଦୋଳନ କରୁଥିବା ଡ଼୍ରାଇଭର ମହାସଂଘ ର ସମସ୍ତ ଦାବିକୁ ଡ଼୍ରାଇଭରଙ୍କ ହିତରେ ଥିବା ସରକାର ଶୁଣି ଓ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇସାରିଥିବା ବେଳେ ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ। ଆସନ୍ତା ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ତଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ, ସରଳ ଡ଼୍ରାଇଭରଙ୍କୁ ଡ଼୍ରାଇଭର ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ। ଡ଼୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।