ଗୁରୁବାର ପୁଲୱାମା ଜିଲ୍ଲାର ତ୍ରାଲରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ସେନା। ତ୍ରାଲର ନାଦେର ଅଞ୍ଚଳରେ ନିହତ ଏହି ତିନି ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ଏହି ତିନିଜଣ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ। କିନ୍ତୁ ଏହା ପୂର୍ବରୁ, ଜୈଶ-ଏ-ମହମ୍ମଦ (ଜେଇଏମ୍)ର ତିନି ଜଣ ଆତଙ୍କବାଦୀ ସେମାନଙ୍କ ଆଡ୍ଡାରେ ଲୁଚି ରହିଥିବା ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିଲା। ଡ୍ରୋନ୍ ଫୁଟେଜରେ ସେମାନେ ଏକ ନିର୍ମାଣାଧୀନ କୋଠାରେ ଅସ୍ତ୍ରଶସ୍ତ୍ର ସହିତ ଲୁଚି ରହିଥିବାର ଦେଖାଯାଇଥିଲା। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା।
ସୂତ୍ର ଅନୁଯାୟୀ ଆତଙ୍କବାଦୀମାନଙ୍କୁ ଆସିଫ୍ ଅହମ୍ମଦ ଶେଖ୍, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ ଭାବରେ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ। ଏନକାଉଣ୍ଟରରେ ନିହତ ଆମିର ନାଜିର ୱାନିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ମାଆଙ୍କ ସହ ଭିଡିଓ କଲ୍ ରେ କଥା ହେଉଛନ୍ତି। ଆମିରଙ୍କ ମାଆ ତାଙ୍କୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି। କିନ୍ତୁ ସେ ମାାାଙ୍କୁ ମନା କରିଦେଇଥିଲେ । ଆଉ କହିଥିଲେ ସେନା ସେନା ଆଗକୁ ଆସୁ ତା’ପରେ ମୁଁ ଦେଖିବି।
ଅମିର ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ନିହତ ହୋଇଥିବା ତିନି ଜୈଶ-ଏ-ମହମ୍ମଦ (ଜେଇଏମ୍) ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଥିଲେ। ସଂଘର୍ଷରେ ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କୁ ଆସିଫ ଆହମେଦ ଶେଖ୍, ଅମିର ନାଜିର ଓ୍ଵାନୀ ଏବଂ ୟାଓ୍ଵାର ଆହମଦ ଭଟ୍ ବୋଲି ଚିହ୍ନଟ କରାଯାଇଛି, ଯେଉଁମାନେ ସମସ୍ତେ ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲାର ବାସିନ୍ଦା ଥିଲେ। ଅମିର ଗୁଳିବିନିମୟ ଆରମ୍ଭ ହେବା ପୂର୍ବରୁ ସେମାନେ ଲୁଚିଥିବା ଘରୁ ଭିଡିଓ କଲ୍ କରିଥିଲେ। ଅମିରଙ୍କ ମା’ ଏବଂ ତାଙ୍କ ଭଉଣୀ ତାଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ। ସେ ଆସିଫଙ୍କ ଭଉଣୀଙ୍କ ସହ ମଧ୍ୟ କଥା ହୋଇଥିଲେ, ଯିଏ ତାଙ୍କ ଭାଇଙ୍କ ବିଷୟରେ ପଚାରିଥିଲେ।