ଡ୍ରୋନ ତିଆରି କରିବେ ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ

0

ରଜନୀକାନ୍ତ ପାତ୍ର – ବର୍ତ୍ତମାନର ସମୟରେ ବଜାରରେ ଟେକ୍ନୋଲୋଜି ପରିବର୍ତ୍ତନ ସାଙ୍ଗକୁ ଡ୍ରୋନର ଚାହିଦା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସରକାରୀ ଆଇଟିଆଇ ଏବଂ ଡ୍ରୋନ ପ୍ରସ୍ତୁତକାରୀ ସଂସ୍ଥା ଆଇଜି ଡ୍ରୋନସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।ପୂର୍ବରୁ ଇଂଜିନିୟରିଂ ବିଭାଗର ବିଦ୍ୟାର୍ଥୀ ଯାହାକୁ ପ୍ରସ୍ତୁତ କରୁଥିଲେ ତାହାକୁ ବର୍ତ୍ତମାନ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀମାନେ ତାଲିମ ନେଇ ଡ୍ରୋନ ନିର୍ମାଣ କରିବାକୁ ଯାଉଛନ୍ତି । ଆଧୁନିକ ଯୁଗରେ ଡ୍ରୋନର ଚାହିଦା କେବଳ ଫଟୋ ଉଠାଇବା ମଧ୍ୟରେ ସୀମିତ ହୋଇ ରହିନଥିବା ବେଳେ ଯୁଦ୍ଧ ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ପର୍ୟ୍ୟନ୍ତ , ବୁଲେଟ୍ ଟ୍ରେନ ଠାରୁ ଆରମ୍ଭ କରି ସୋଲାର ସେକ୍ଟର ପର୍ୟ୍ୟନ୍ତ ସବୁଠାରେ ଡ୍ରୋନର ବ୍ୟବହାର ବୃଦ୍ଧି ପାଇଛି । ପୂର୍ବରୁ ବ୍ରହ୍ମପର ଆଇ.ଟି.ଆଇ ର ମେକାନିକାଲ୍ ସେକ୍ଟେର ବିଦ୍ୟାର୍ଥୀ ମାନେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ବିଶ୍ବ ଦର ଦରବାରରେ ଆଦୃତ ହେବା ସହିତ ବହୁତ ଉଚ୍ଚମାନର ପ୍ରଶଂସା ମଧ୍ୟ ପାଇଛନ୍ତି ।ଏହି ଚୁକ୍ତି ସ୍ବାକ୍ଷରିତ ପରେ ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ମାନେ ଡ୍ରୋନ ନିର୍ମାଣ, ମରାମତି ଓ ପରିଚାଳନା କ୍ଷେତ୍ରରେ ତାଲିମ ନେବାକୁ ଯାଉଛନ୍ତି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ଦ୍ବାରା ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶ ପାଇଁ ଏହା ଏକ ମାଇଲଖୁଣ୍ଟ ହେବ। ଏଥିନିମନ୍ତେ ଉକ୍ତ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।