ଭୁବନେଶ୍ୱର: ରାଜ୍ୟରେ କମୁଛି ଡ୍ରପ ଆଉଟ ହାର । ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଶୁନ ହୋଇଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ, ଉଚ୍ଚ ମାଧ୍ୟମିକ ସ୍ତରରେ ୧୨.୮ ପ୍ରତିଶତ ଡ୍ରପ ଆଉଟ ହାର ରହିଛି । ଜାତୀୟ ହାରଠୁ ରାଜ୍ୟର ଡ୍ରପ ଆଉଟ ହାର କମ ରହିଛି ।