ବଦଳିବ ରାଜ୍ୟର ଭାଗ୍ୟ: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶା ଗର୍ବିତ

0

(ରାଇରଙ୍ଗପୁର/ସତ୍ୟନାରୟଣ ପଲ୍): ଓଡିଶା ପାଇବ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପଟେଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବଚ୍ଛା ହୋଇଛନ୍ତିି । ୨୦ ଜୁନ୍ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୈାପଦୀ ମୁର୍ମୁ ।ତାଙ୍କର ଜନ୍ମ ଏକ ଆଦିବାସୀ ପରିବାରେ ହୋଇଥିଲା । ୧୯୯୭ ମସିହାରେ ସେ ୱାଡ ସଭ୍ୟ ଭାବେ ନିର୍ବାଚିତ ହୋଇ ସମ୍ଭାଳିଥିଲେ ରାଇରଙ୍ଗପୁର ପୈାରାଧ୍ୟକ୍ଷା ପଦ । ସେହିପରି ୨୦୦୦ ରୁ ୨୦୦୨ ମସିହା ଯାଏଁ ସ୍ୱାଧିନ ବାଣିଜ୍ୟ ଏବଂ ଗମାନଗମାନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ୨୦୦୦ ରୁ ୨୦୦୪ ମସିହା ଭିତରେ ମତ୍ସ୍ୟ ଏବଂ ପଶୂ ସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ରୁ ୨୦୦୯ ଯାଏଁ ରାଇରଙ୍ଗପୁରରୁ ବିଜେପି ଟିକେଟରେ ଜିତି ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟିକା ଭାବରେ ନୀଳକଣ୍ଠ ଆୱାର୍ଡ ଜିତିଥିଲେ । ସେହିପରି ୨୦୧୫ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବରେ ସୁଚାରୂ ରୂପେ ଦାୟିତ୍ୱ ତୁଲାଇଥିଲେ ।

ତେବେ ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି, ତାହଲେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ । ସେପଟେ ବିଜେଡି ମଧ୍ୟ ଦ୍ରୈାପଦୀ ମୁର୍ମୀଙ୍କ ନାଁରେ ସହମତି ପ୍ରକାଶ କରିଛି । ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଲ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ । ନିର୍ବାଚନରେ ଆଯୋଗଙ୍କ ଘୋଷଣା ଅନୁସାରେ ଯଦି ଏକରୁ ଅଧିକ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରନ୍ତି, ତେବେ ଜୁଲାଇ ୧୮ ରେ ମତଦାନ ହେବ ଏବଂ ଜୁଲାଇ ୨୧ରେ ମତଗଣନା ହେବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରାଥମିକତା ଦେଇ ଜଣେ ଓଡିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଓଡିଶାରେ ତଥା ରାଇରଙ୍ଗପୁର ସହର ତଥା ସମଗ୍ର ଓଡିଶାବାସୀ ଖୁସୀବ୍ୟକ୍ତ କରିଥିବା ଜଣା ପଡିଛି । ଅନ୍ୟପକ୍ଷରେ ଦ୍ରୈାପଦୀ ମୁର୍ମୁ ନାଁ ଘୋଷଣା ପରେ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଛି । ଦ୍ରୈାପଦୀ ମୁର୍ମୁଙ୍କୁ ଏଣିକି ୨୪ ଘଟିଂଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ପୂର୍ବରୁ ମଦୟ ଜଣେ ରାଜ୍ୟର ଭି.ଭି ଗିରି ରାଷ୍ଟ୍ରପତି ହୋଇଥିଲେ ।