ପଞ୍ଜାବରେ ବଢିବାରେ ଲାଗିଛି ଡ୍ରଗ୍ସ କାରବାର

0

ପଞ୍ଜାବ : ପଞ୍ଜାବରେ ଡ୍ରଗ୍ସ କାରବାର । ରାଜ୍ୟକୁ ନିଶା ମୁକ୍ତ କରିବା ଏକ ବଡ ସମସ୍ୟା ପାଲଟିଛି । ପଞ୍ଜାବକୁ ନିଶା ମୁକ୍ତ କରିବାକୁ ପ୍ରୟାସ ଜାରି ରଖାଯାଇଥିବା ବେଳେ ଏଠାରେ ନିଶା ତଷ୍କରି ଜାରି ରହିଛି । ପୋଲିସ,ସୀମା ସୁରକ୍ଷା ଦଳ ଏବଂ ସରକାରଙ୍କ ଅନେକ ପ୍ରୟାସ ପରେ ବି ପଞ୍ଜାବକୁ ନିଶା ମୁକ୍ତ କରାଯାଇ ପାରିନି । ସ୍ଥଳ ମାର୍ଗ, ଆକାଶ ମାର୍ଗ ଓ ଜଳ ମାର୍ଗରେ ନିଶା କାରବାର କରାଯାଉଛି । ଆଉ ଏହି ସମସ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ପଞ୍ଜାବର ଫିରୋଜପୁରରେ ବିଏସଏଫର ବର୍ଡର ଅଫ ପୋଷ୍ଟ ର ସାରା ଇଲାକାରେ ପାଣି ଭର୍ତ୍ତି ରହିଥିବାବେଳେ ଡ୍ରଗ୍ସ ବେପାରୀ ଏହାର ଫାଇଦା ଉଠାଇଛନ୍ତି । ପାଖାପାଖି ୩୦କିଲୋ ଡ୍ରଗ୍ସକୁ ସାଙ୍ଗରେ ନେଇ ଡ୍ରଗ୍ସ ବେପାରୀ ଆସିଥିଲାବେଳେ ବିଏସଏଫ କର୍ମୀ ଏହି ଇଲାକାକୁ ଚାରିପାଖରୁ ଘେରିଯାଇଥିଲେ । ଯାହା ଫଳରେ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇପାରିଛି । ଗତ ସପ୍ତାହରେ ପଞ୍ଜାବ ପୋଲିସ ବହୁ ପରିମାଣର ଡ୍ରଗ୍ସ ଜବତ କରିଥିଲା । ପୂର୍ବରୁ ଡ୍ରଗ୍ସ କୃଷକଙ୍କ ଟ୍ରାକ୍ଟର ମଧ୍ୟମରେ ଏବଂ ବିଭିନ୍ନ ଭାରୀ ଯାନ ମାଧ୍ୟମରେ ଚାଲଣ କରାଯାଉଥିବାବେଳେ ପରେ ଡ୍ରୋନ ସାହାର୍ଯ୍ୟରେ ଡ୍ରଗ୍ସ ଚାଲଣ କରାଯାଉଥିଲା । ଏନେଇ ବିଏସଏଫ ପାଟୋଲିଂ ବଢାଇଛି ।