ଭୁବନେଶ୍ବର: ଏୟାରପୋର୍ଟରୁ ଧରା ହେଲା ୪ କୋଟିର ଦାମୀ ନିଶାଦ୍ରବ୍ୟ । କଷ୍ଟମସ୍ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି । ଚାଲାଣକାରୀ ଜଣକ ବିସ୍କୁଟ୍ ପ୍ୟାକେଟ୍ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ । ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ଲଗେଜ୍ ଯାଞ୍ଚ କରାଯାଇଥିଲା । ଏହି ସମୟରେ କିଛି ବିସ୍କୁଟ୍ ପ୍ୟାକେଟ୍ ରୁ ପ୍ରାୟ ୪ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ରହିଛି ।