(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଖାଦ୍ୟ ତ ଅପାଣ ଖାଇଥାନ୍ତି । କିନ୍ତୁ କେଉଁ ଖାଦ୍ୟରେ କେତେ ପରିମାଣରେ ପ୍ରୋଟିନ୍ ଥାଏ ତାହା ହୁଏତ ଜାଣନଥାନ୍ତି । ଖାଦ୍ୟରେ ଆଇରନ୍ କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଆଦି ଥିବା ଦ୍ୱାରା ତାହାକୁ ଖାଇଲେ ଶରୀର ସୁସ୍ଥ ରହିଥାଏ ।ତେବେ ଆମେ ବିଭିନ୍ନ ସମୟରେ ଖାଦ୍ୟକୁ ନେଇ ବିଭିନ୍ନ ସୂଚନା ଆପଣଙ୍କୁ ଦେଇଥାଉ । ଆଜି ମଧ୍ୟ ଆଲୋଚନା କରିବା ସେହିଭଳି ଏକ ଖାଦ୍ୟ ସଂପର୍କିତ ବିଷୟ । ଶରୀର ପାଇଁ ଆଇରନ୍ ପ୍ରଚୁର ପରିମାଣରେ ଆବଶ୍ୟକ । ଯାହା ଦ୍ୱାରା ରୋଗରୁ ମୁକ୍ତି ମିଳିବ । କେବଳ ଆଭ୍ୟନ୍ତାରୀଣ ନୁହେଁ ବରଂ ବାହ୍ୟ ଶରୀର ପାଇଁ ମଧ୍ୟ ଏହା ଯଥେଷ୍ଟ ଉପକରୀ ।
ସଜନା ଶାଗ ଶରୀର ପାଇଁ ଅନେକ ଉପକାରୀ କରିଥାଏ । ପ୍ରତିଦିନ କିମ୍ବା ସପ୍ତାହରେ ୨ ଥର ସଜନା ଶାଗ ଖାଇଲେ ବ୍ଲଡ଼୍ ପ୍ରେସରରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି । ଏଥିରେ ଆଇରନ୍ କ୍ୟାଲସିୟମ୍ ଫସଫରସ ଆଦି ରହିଥାଏ । ସଜନା ଶାଗରେ ପ୍ରଚୁର ମାତ୍ରାରେ ଫାଇବର ଭରି ରହିଛି । ଏହାକୁ ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ । ସଜନା ଶାଗ ବ୍ଲଡ଼ସୁଗାରସ୍ତର ନିୟନ୍ତ୍ରିତ କରିଥାଏ । ଫଲରେ ଡ଼ାଇବେଟିସ ଆଶଙ୍କାରୁ ଦୂରହୁଏ । ଏହା କୋଲଷ୍ଟରଲସ୍ତରକୁ ସ୍ୱାଭାବିକ କରି ହାର୍ଟ ଆଟାକ ଆଶଙ୍କା ଦୂର କରେ ।