ମଦ୍ୟପାନ କରି ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଡାକ୍ତରଙ୍କୁ ମାଡ

0

ଜଗତସିଂହପୁର; ମଦ୍ୟପାନ କରି ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଡାକ୍ତରଙ୍କୁ ମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ନାଉଗାଁ ବ୍ଳକ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଏଚସି ରେ । ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା । ଡାକ୍ତର ସାଗର ନାୟକଙ୍କ ବେକ ଏବଂ ହାତରେ ଗଭୀର ଆଘାତ ଲାଗିଛି । ଫାର୍ମାସିଷ୍ଟ ମିହିର ଲେଙ୍କାଙ୍କ ଡାହାଣ ହାତରେଦ୍ଧ୍ୟ ଶକ୍ତ ଆଘାତ ଲାଗିଛି । ୫ଜଣ ଯୁବକ ମଧ୍ୟ ରାତ୍ରିରେ ମେଡିକାଲର ମୂଖ୍ୟ ଫାଟକ ସମ୍ମୁଖରେ ହୋହଲ୍ଲା କରୁଥିଲେ । କିଏ ପାଟି କରୁଛନ୍ତି ବୋଲି ଡାକ୍ତର ଓ ଫାର୍ମାସିଷ୍ଟ୍ ବାହାରକୁ ଆସିବାରୁ ଉଭୟଙ୍କ ସହ ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଡାକ୍ତର ସାଗର ନାୟକଙ୍କ କହିବା ଅନୁସାରେ ସେ ମେଡିକାଲ କାମ ସାରି ଶୋଇବା ସମୟରେ କିଛି ଯୁବକ ଗାଳିଗୁଲଜ କରି ମେଡିକାଲ୍ ସମ୍ମୁଖ ଗେଟ୍ କାହିଁକି ବନ୍ଦ କରିଛ ବୋଲି କହିଥିଲେ । ଚିକିତ୍ସାଳୟ କବାଟ ଖୋଲାଅଛି ବୋଲି କହିଥିଲେ ଡାକ୍ତର ସାଗର । କିନ୍ତୁ ମଦ୍ୟପ ଯୁବକମାନେ ଡାକ୍ତରଙ୍କ କଥାକୁ ନମାନି ଡାକ୍ତରଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଡାକ୍ତରଙ୍କ ହାତ ଓ ବେକରେ ଗଭିର ଆଘାତ ଲାଗିଥିବା ବେଳେ ଘଟଣାକୁ ନେଇ ନାଉଗାଁ ଥାନାରେ ଡାକ୍ତର ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଘଟଣାକୁ ପ୍ରାୟ ୬ଦିନ ବିତିଯାଇଥିଲେ ବି ପୋଲିସ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ।