ନିଶାରେ ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

0

ମୟୂରଭଞ୍ଜ-: ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟିଲା ପୁଅ । ନିଶାରେ ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ । ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଧାନପାଳ ଗାଁରେ ଘଟିଛି ହତ୍ୟାକାଣ୍ଡ । ତେବେ ମୃତକ ହେଲେ ହାଡିବନ୍ଧୁ ସାହୁ ଓ ଶାନ୍ତିଲତା ସାହୁ ।

ଗତକାଲି ରାତିରେ ହାଡିବନ୍ଧୁ ଓ ଶାନ୍ତିଲତା ଘରେ ଶୋଇଥିବାବେଳେ ସେମାନଙ୍କ ପୁଅ ହିମାଂଶୁ ନିଶାସକ୍ତ ଅବସ୍ଥାରେ ଆସି ଆକ୍ରମଣ କରିଥଲା । ପ୍ରଥମେ ପଥରରେ ଛେଚି ସେମାନଙ୍କୁ ଲହୁଲୁହାଣ କରିବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର ଖବର ବୈସିଙ୍ଗା ଥାନା ପୋଲିସ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରିବା ସହିତ ଅଭିଯୁକ୍ତ ହିମାଂଶୁ ସାହୁକୁ ଗିରଫ କରିଛି ।