ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବିଜୟ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର ପ୍ରକାଶ ପାଇଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ । ବିଶ୍ୱବିଦ୍ୟାଳୟର ସାଧାରଣ ସମ୍ପାଦକ ପଦଟି କଂଗ୍ରେସ ସମର୍ଥିତ ଏନଏସୟୁଆଇ ହାତକୁ ଯାଇଥିବା ବେଳେ ଅନ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ ଅନ୍ୟ ସମସ୍ତ ପଦକୁ ଅକ୍ତିଆର କରିଛନ୍ତି । ଏବିଭିପିର ଅକ୍ଷିତ ଦହିୟା ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ନିର୍ବାଚିତ ହୋଇଛନ୍ତି ପ୍ରଦୀପକୁମାର । ଆଶିଷ ଲାମ୍ବା ସାଧାରଣ ସମ୍ପାଦକ, ଯୁଗ୍ମ ସଚିବ ଭାବେ ଶିବାଙ୍ଗୀ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ବାମପନ୍ଥି ପ୍ରାର୍ଥୀଙ୍କୁ ପ୍ରତ୍ୟାକ୍ଷାନ କରାଯାଇଛି । ସାଧାରଣତଃ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ଓ ଏନଏସୟୁଆଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହୋଇଥାଏ। ଚଳିତବର୍ଷ ମଧ୍ୟ ସେଇଆ ହୋଇଛି।