(ଅନୁସ୍ୱୟା)ଭୁବନେଶ୍ୱର: ଭାରତ ପାଇଁ ପାକିସ୍ତାନର ଆକାଶ ମାର୍ଗକୁ ବନ୍ଦ କରାଯାଇଛି । ଯାହାଫଳରେ ଭାରତୀୟ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡ଼ିଛି । କମ୍ପାନୀ ଗୁଡ଼ିକୁ ପ୍ରାୟ ୫୪୮ କୋଟି ଟଙ୍କାର କ୍ଷତି ହୋଇଛି ।
ପାକିସ୍ତାନ ବର୍ତ୍ତମାନ ୧୨ ଜୁଲାଇ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଇଁ ନିଜର ଆକାଶ ମାର୍ଗକୁ ବନ୍ଦ ରଖିଛି । ଏ ନେଇ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ହରଦୀପ ସିଂହଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ।କେନ୍ଦ୍ର ରାଜମନ୍ତ୍ରୀ ହରଦୀପ ସିଂହ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାକ୍ ଆକାଶ ମାର୍ଗ ବନ୍ଦ ହେବା ଦ୍ୱାରା ଜୁଲାଇ ୨ ମଧ୍ୟରେ ୫୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ଏୟାର ଇଣ୍ଡିଆର ୪୯୧ କୋଟି, ୩୧ ମେ ଯାଏ ଇଣ୍ଡିଗୋର ୨୫.୧ କୋଟି ଏବଂ ୨୦ ଜୁନ ଯାଏ ସ୍ପାଇସ୍ ଜେଟ୍ର ୩୦.୭୩ କୋଟି ଓ ଗୋଏୟାରର ୨.୧ କୋଟି ଟଙ୍କା କ୍ଷତି ହୋଇଛି ।
ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକ୍ ଏହି ପ୍ରତିଶୋଧ ମୂଳକ ପଦକ୍ଷେପ ନେଇଛି । ଏହା ଦ୍ୱାରା ପଡ଼ୋଶୀ ଦେଇ, ପଶ୍ଚିମ-ମଧ୍ୟ ଏସିଆର ବହୁ ଦେଶକୁ ଭାରତୀୟ ଏୟାରଲାଇନ୍ସର ବିମାନ ଆରବ ସାଗର ଦେଇ ଗତି କରୁଛି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆରବ ସାଗର ଦେଇ ଓମାନ ମଧ୍ୟରେ ଯାଇ କିର୍ଜିକିସ୍ଥାନରେ ପହଁଚିଥିଲେ । କିନ୍ତୁ ମୋଦୀଙ୍କୁ ପାକ୍ ଅନୁମତି ଦେଇଥିଲା ।