ଦ୍ୱିଲ୍ଲୀ : ଦ୍ୱିଲ୍ଲୀରେ ପ୍ରବଳ କୁହୁଡି ପାଇଁ ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । କୁହୁଡି ପାଇଁ ଭିଜିବିଲିଟି କମ ଥିବା ଯୋଗୁଁ ଦିଲ୍ଲୀରୁ ଉଡଣ ଭରିବାକୁ ଥିବା ୩୦ଟି ବିଭାନ ବିଳମ୍ବ ହୋଇଥିବା ବେଳେ ୧୭ଟି ବିମାନ ବାତିଲ କରାଯାଇଛି । ଏହାସହିତ ଦ୍ୱିଲ୍ଲୀରୁ ଆସୁଥିବା ପ୍ରାୟ ୩୦ଟି ଟ୍ରେନ ବିଳମ୍ବିତ ହୋଇଛି । ଫଳଳେ ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ପାଣିପାଗ ବିଭାଗ ଅନୁଯାୟୀ , ପଲମ ବିମାନବନ୍ଦରରେ ସକାଳ ୭ଟା ବେଳକୁ ୧୦୦ ଏମ ଭିଜିବିଲିଟି ରେକର୍ଡ ହୋଇଥିବା ବେଳେ ୭ ଟା ୩୦ ମିନିଟ ରେ ଏହା ୦ରେ ପହଞ୍ଚି ଥିଲା । ସେହିପରି ସଫଦରଜଙ୍ଗରେ ୭ଟା ୩୦ରେ ଭିଜିବିଲିଟି ୫୦ ଏମ ରେକର୍ଡ ହୋଇଥିଲା ।ସେହିପରି ସଫଦରଜଙ୍ଗରେତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପଲମରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି ।