ଲଗାତାର ବର୍ଷା ଯୋଗୁଁ ମୀନକେତନ କଲେଜରେ ଆଣ୍ଠୁଏ ପାଣି

0

ଗଜପତି : ବର୍ଷା ପାଣିରେ ଭାସୁଛି କାଲଜ । ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥିତ ମୀନକେତନ ମହାବିଦ୍ୟାଳୟ ଜଳଘେରରେ ରହିଛି ଓ ଦୀର୍ଘ ବର୍ଷ ହେଲା ଏପରି ସ୍ଥିତି ଉପୁଜୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବାରୁ ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସାମାନ୍ୟ ବର୍ଷାରେ କଲେଜ ସମ୍ମୁଖରେ ଜଳ ଜମି ରହିବା ଯୋଗୁଁ କାଦୁଅଭରା ହୋଇପଡୁଛି। ଗୋଟିଏ ଥର ପାଣି ଜମାଟ ବାନ୍ଧିଲେ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପାଞ୍ଚ ଦିନରୁ ଉର୍ଦ୍ଧ ସମୟ କଲେଜ ପରିସର କାଦୁଅ ଭରା ଭରା ରହୁଛି। ପରିବେଶ ଅପରିଷ୍କାର ସହ ସରସୃପ ଓ ମଶାମାଛିଙ୍କ ଦୌରାମ୍ ବଢୁଛି । ମହାବିଦ୍ୟାଳୟକୁ ସରକାରୀ ଅନୁଦାନ ଆସୁଛି ନିର୍ମାଣ କାର୍ଯ୍ୟ ହେଉଛି । ହେଲେ ଯୋଜନା ବିହୀନ କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଆଲୋଚନା ହେଉ ନ ଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସାଧରଣରେ ଅଭିଯୋଗ ହେଉଛି।