ମିଲ ଅଭାବ ଥିବାରୁ ଧାନ procurment କରିବାରେ ଅସୁବିଧା ହେଉଛି ;କୃଷ୍ଣଚନ୍ଦ୍ର ପାତ୍ର, ଖାଉଟି ଓ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ୱର;ରାଜ୍ୟରେ ଏବେ ଅଧିକ ଧାନ ହେଉଛି। ଯେତିକି ରାଇସ ମିଲ ଅଛି ତା ଠୁ ଆହୁରି ଅଧିକ ରାଇସ ମିଲ ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଚନ୍ଦ୍ର ପାତ୍ର। ଛତିଶଗଡ଼ ରେ ୨୬ ଶହ ରାଇସ ମିଲ ଅଛି ଆମ ରାଜ୍ୟରେ ୧୪ ଶହ ମିଲ ଅଛି। ଅନେକ ଛୋଟ ମିଲ ରହିଛି। ଏଣୁ ରାଇସ ମିଲ ର ଆବଶ୍ୟକତା ରହିଛି। ମିଲ ଅଭାବ ଥିବାରୁ ଧାନ procurment କରିବାରେ ଅସୁବିଧା ହେଉଛି। ଆଗ୍ରୋ MSME କନକ୍ଲେଭ ରେ ଆହୁରି ରାଇସ ମିଲ ଖୋଲିବା ପାଇଁ ଆହ୍ବାନ କରିଛନ୍ତି ଯୋଗାଣ ମନ୍ତ୍ରୀ। ରାଜ୍ୟରେ ଆହୁରି ୪ ଶହ ରୁ ୫ ଶହ ରାଇସ ମିଲ ଆବଶ୍ୟକ। ଆପଣ ମିଲ ଖୋଲିଲେ ସରକାର ୫୦ ପ୍ରତିଶତ ସବସିଡି ଦେବେ। ରାଜ୍ୟରେ ଏବେ ଉତ୍ପାଦିତ ଚାଉଳ ରୁ ରାଜ୍ୟର ଆବଶ୍ୟକତା ଏବଂ FCI କୁ ମିଶାଇଲେ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଯାଉଛି। ବଳକା ୧୨ ରୁ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖେ ରହୁଛି। ବଳକା ଚାଉଳ ରଖିବା ପାଇଁ ନୂଆ ଗୋଦାମ କରୁଛନ୍ତି ସରକାର୍। ନୂଆ ପଲିସି ଖୁବଶୀଘ୍ର ଆସିବ। ବଳକା ଚାଉଳ କୁ ରପ୍ତାନି କରାଯିବ ଏବଂ ଇଥନାଲ କମ୍ପାନୀ କୁ ସବସିଡି ରେ ଦିଆଯିବ। ଏନେଇ ସରକାର ଚିନ୍ତା କରୁଛନ୍ତି। ଚାଷୀ ଙ୍କୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଚାଷ କଲେ ସରକାର ଧାନ ନେବେ ଏବଂ ଚାଉଳ କରିବେ। ଚାଷୀ କୌଣସି ଅସୁବିଧାରେ ପଡ଼ିବ ନାହିଁ। ଟୋକନ୍ ଦିଆଯାଇଛି ତାହା ଲାପ୍ସ ହେବ ନାହିଁ  କହିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଚନ୍ଦ୍ର ପାତ୍ର।