ବ୍ୟୁରୋ: ମୃତ ଯୁବକଙ୍କର ଅନ୍ତିମ ସଂସ୍କାର କରୁ ନାହାନ୍ତି ପରିବାର ଲୋକେ । ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ମୃତଦେହକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ ଏପରି ମୃତ ଯୁବକଙ୍କୁ ଘରେ ରଖିଛନ୍ତି ପରିବାର ଲୋକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସିର ନୂଆସାହିରେ । ମୃତ ଯୁବକ ଜଣଙ୍କ ନାମ ବିରେନ କଅଁର । ବିରେନଙ୍କ ବାପା ବାହାଦୁର କଅଁରଙ୍କର କିଛି ଦିନ ପୂର୍ବରୁ ପଡୋଶୀ ସୁଶୀଲ ନାୟକଙ୍କ ସହ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ସୁଶୀଲ ଗୁଣିଗାରେଡି କରି ମାରି ଦେବ ବୋଲି କୁଆଡେ ଧମକ ଦେଇଥିଲା । ସୁଶୀଲ ଧମକ ଦେବାର ୧୫ ଦିନ ଭିତରେ ପୁଅ ବିରେନଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ । ହେଲେ ବିରେନଙ୍କ ଦେହ ଭଲ ହୋଇ ନଥିଲା । ଶେଷରେ ଗତକାଲି ବିରେନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗତକାଲିଠାରୁ ମୃତଦେହକୁ ଅନ୍ତିମ ସଂସ୍କାର ନକରି ପୁଅକୁ ଗୁଣି କରାଯାଇଛି କହି ଘରେ ଧରି ବସିଥିବା ଦେଖିବାକୁ ମିଳିଛି ।